News & Article

ଅପରେସନ ଗଜରାଜ

ଅପେରେଶନ ଗଜରାଜ ବିଫଳ ଓଡ୍ରାଫ ବନବିଭାଗ ଓ ଅଗ୍ନିଶମ ବାହିନୀର ସମସ୍ତ ପରିଶ୍ରମ ସତ୍ତ୍ବେ ମୁଣ୍ଡୁଳିରୁ ଉଦ୍ଧାର ହୋଇ ପାରିନଥିବା ଦନ୍ତାହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ମୁଣ୍ଡୁଳିରୁ ଶୁକ୍ରବାର ସନ୍ଧ୍ୟାରେ ଭାସି ଯାଇଥିବା ହାତୀର ମୃତ ଦେହ ଯୋବ୍ରା ଆନିକଟଠାରେ ଦେଖିବାକୁ ମିଳିଥିଲା । ଯୋବ୍ରା ବ୍ୟରେଜର ୨୪ ନମ୍ବର ଗେଟରେ ଲାଗିଥିଲା ହାତୀର ମୃତ ଦେହର ଗୋଡ ଉପରକୁ ଭାସୁଥିଲା । ଶୁକ୍ରବାର ହାତୀପଲ ମହାନଦୀ ପାର ହେଲାବେଳେ ୪ ହାତୀ ଭାସି ଯାଇଥିଲେ । ସେଥି ମଧ୍ୟରୁ ଗୋଟିଏ ଦନ୍ତା ମୁଣ୍ଡୁଳିଠାରେ ଫସି ରହିଥିଲା । ଉକ୍ତ ହାତୀକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ଗଜରାଜ । ଓଡ୍ରାଫର ଏକ ଟିମ ଏକ ରବର ବୋଟ ସାହାଯ୍ୟରେ ମହାନଦୀର ଗର୍ଭକୁ ଯାଇ ହାତୀକୁ କୂଳକୁ ଘଉଡାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ମହାନଦୀର ପ୍ରଖର ସ୍ରୋତରେ ଓଲଟି ପଡିଥିଲା ବୋଟଟି । ଏଥିରେ ଓଟିଭି ଚୀଫ ରିପୋର୍ଟର ଅରିନ୍ଦମ ଦାସଙ୍କ ସହ ଓଡ୍ରାଫର ଜଣେ ଯବାନ ସୀତାରାମ ମୁର୍ମୁଙ୍କ ଅକାଳ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟମାନେ ଗୁରୁତର ହୋଇଥିବା ବେଳେ ଏସସିବି କଟକରେ ଚିକିତ୍ସିତ ହେଉଛନ୍ତି । ତେବେ ଶୁକ୍ରବାର ସନ୍ଧ୍ୟାରେ ଭାସି ଯାଇଥିବା ଦନ୍ତାହାତୀର ମୃତ ଦେହ ଗତକାଲି ଯୋବ୍ରାଠାରେ ଠାବ କରାଯାଇଥିଲା । ଏହାଥିଲା ଏକ ଦୁଃଖଦ ଘଟଣା ।

Related Articles

Leave a Reply

Your email address will not be published. Required fields are marked *

Back to top button