NationalNews & Article
ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
ଆସନ୍ତା କାଲି ଅର୍ଥାତ ଶୁକ୍ରବାରଦିନ ପ୍ରକାଶ ପାଇବ ଏ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ଆସନ୍ତା କାଲି ଅପରାହ୍ନ ୪ଟାରେ ଏହା ପ୍ରକାଶ ପାଇବ । ଏହା ସହିତ ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ଫଳ ବି ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ସୂଚିତ ହୋଇଛି । ରେଜଲ୍ଟ ସଂଧ୍ୟା ୬ଟା ପରେ ଓ୍ବେବସାଇଟ (bseodisha.ac.in କିମ୍ବା bseodisha.nic.in ) ରେ ଉବଲବ୍ଧ ହେବ ।

ଇଣ୍ଟରନେଟର ସୁବିଧା ନଥିଲେ ଏସଏମଏସ କରି ମଧ୍ଯ ନିଜ ରେଜଲ୍ଟ ଜାଣି ପାରିବେ । ଏଥିପାଇଁ ମୋବାଇଲରେ OR01<ରୋଲ ନଂ> ଟାଇପ କରି ୫୬୭୬୭୫୦ କୁ ଏସଏମଏସ ପଠାଇଲେ ରେଜଲ୍ଟ ମିଳିପାରିବ ।