ଏଚ୍.ଏଲ୍.ଏଫ୍.ପି.ପି.ଟି ଏମ୍.ରାଇଟ୍ ତରଫରୁ ଜିଲ୍ଲାସ୍ଥରୀୟ ଟିକାକରଣ ସମୀକ୍ଷା ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଏଚ୍.ଏଲ୍.ଏଫ୍.ପି.ପି.ଟି ଏମ୍.ରାଇଟ୍ ତରଫରୁ ଜିଲ୍ଲାସ୍ଥରୀୟ ଟିକାକରଣ ସମୀକ୍ଷା ବୈଠକ ତଥା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡ. ପ୍ରଦୀପ କୁମାର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରାଜ୍ୟ ଏସ୍.ଓ.ଏମ୍ ଶ୍ରୀ ରାଜେଶ କୁମାର ବେହେରା ଏମ୍.ରାଇଟ୍ ପ୍ରକଳ୍ପର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟଗୁଡିକ ଉପରେ ଆଲୋକପାତ କରିଥିବାବେଳେ ଆଞ୍ଚଳିକ ପରିଚାଳକ ଶ୍ରୀ ଜ୍ୟୋତି କୁମାର ରଥ ଏମ୍.ରାଇଟ୍ ଗଜପତି ଜିଲ୍ଲାରେ ପ୍ରକଳ୍ପର ଅଗ୍ରଗତି ବିଷୟ ପ୍ରଦର୍ଶନ କରିଥିଲେ। ପ୍ରାୟ ଏକ ବର୍ଷଧରି ଅନୁଷ୍ଠାନର କର୍ମଚାରୀମାନଙ୍କ ସହଯୋଗ ଦ୍ବାରା କରାଯାଇଥିବା ବିଭିନ୍ନ ଆଖିଦୃଶିଆ କାର୍ଯ୍ୟକ୍ରମ ତଥା ଅନୁଷ୍ଠାନର ସଚେତନତା ରଥ ଏବଂ ଟିକାକରଣ ବାହନ ମାଧ୍ୟମରେ କରୋନା ଟିକାକରଣ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟ ଚିକିତ୍ସାଧିକାରୀ ଡ. ପାତ୍ର ଏମ୍.ରାଇଟ୍ ପ୍ରକଳ୍ପର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମଗୁଡିକରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଶେଷରେ ଜିଲ୍ଲାରେ କରୋନା ମହାମାରୀ ତଥା ଟିକାକରଣ ନିମନ୍ତେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମକୁ ଏମ୍.ରାଇଟ୍ ଗଜପତି ଜିଲ୍ଲା ଅଧିକାରୀ ଶ୍ରୀ ଡିଜ୍ଜେନ ରାଉଳ ସଂଚାଳନ କରିଥିବାବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ମାନେ ମଞ୍ଚାସୀନ ଥିଲେ ଏବଂ ସମସ୍ତ ବ୍ଲକର ସ୍ବାସ୍ଥ୍ୟ ଅଧିକାରୀ ତଥା ଏଚ୍.ଏଲ୍.ଏଫ୍.ପି.ପି.ଟି ର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।