*ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟରେ ଗଜପତି ଜିଲ୍ଲାରେ ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ୨୦୩୦ କାର୍ଯ୍ୟ ସୂଚୀର ରୂପାୟନ ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ ।*
*ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟରେ ଗଜପତି ଜିଲ୍ଲାରେ ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ୨୦୩୦ କାର୍ଯ୍ୟ ସୂଚୀର ରୂପାୟନ ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ୍ କାର୍ଯ୍ୟକ୍ରମ ।* ୧. *୨୦୩୦ ସୁଦ୍ଧା ଜାତିସଂଘ ଦ୍ଵାରା ସ୍ଥିରୀକୃତ ୧୭ଟି ଲକ୍ଷ୍ୟ ହାସଲ ପାଇଁ ଯୋଜନା।*
୨. *ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ଦୂର କରି ସମ୍ବଳକୁ ଉପଯୋଗ କଲେ ଦୀର୍ଘସ୍ଥାୟୀ ବିକାଶ ସମ୍ଭବ।*
ପାରଳାଖେମୁଣ୍ଡି, ତା.୨୨.୧୨.୨୦୨୨
ଓଡ଼ିଶାର ଦୀର୍ଘସ୍ଥାୟୀ ବିକାଶ ପାଇଁ ୨୦୩୦ ସୁଦ୍ଧା ଜାତିସଂଘ ଦ୍ଵାରା ନିର୍ଦ୍ଧାରିତ ୧୭ ଟି ଲକ୍ଷ୍ୟକୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ବା ଏସଡିଜି କିପରି ହାସଲ କରିହେବ ସେ ନିମନ୍ତେ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଏହି ଲକ୍ଷ୍ୟ କିପରି ଜିଲ୍ଲା ସ୍ତରରୁ ହାସଲ କରାଯାଇ ପାରିବ ସେଥିପାଇଁ ଗଜପତି ଜିଲ୍ଲାରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ପ୍ରଶାସନ ଏବଂ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ମିଳିତ ଭାବରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ସୂଚନାଯୋଗ୍ୟ ଯେ, ନିଜ ପାଖରେ ଥିବା ସମ୍ବଳକୁ ଉପଯୋଗ କରି ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ୧୭ ଟି ଲକ୍ଷ୍ୟ ସମ୍ପର୍କରେ ୨୦୧୫ମସିହା ସେପ୍ଟେମ୍ବର ୨୫ ତାରିଖରେ ଜାତିସଂଘ ତରଫରୁ ଘୋଷଣା କରାଯାଇଥିଲା। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ଏଜେଣ୍ଡାରେ ରାଜ୍ୟ ତଥା ଜିଲ୍ଲାରୁ ଦାରିଦ୍ର୍ୟ ସମ୍ପୁର୍ଣ୍ଣ ଦୂରୀକରଣ, ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରି କ୍ଷୁଧାମୁକ୍ତ ରାଜ୍ଯ ଗଠନ କରିବା,ସମସ୍ତଙ୍କ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା, ଗୁଣାତ୍ମକ ଶିକ୍ଷା ସହ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା, ମହିଳା ସଶକ୍ତିକରଣ ପକ୍ରିୟାକୁ ତ୍ଵରାନିତ କରାଇବା, ଲିଙ୍ଗଗତ ଅସାମନତା ଦୂର କରିବା,ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା, ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା, ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବର ମୁକାବିଲା କରିବା ପାଇଁ ଦୃଷ୍ଟାନ୍ତ ମୂଳକ, ପଦକ୍ଷେପ ନେବା ତଥା ସ୍ଥାନୀୟ ସମ୍ବଳର ଉଚିତ ବ୍ୟବହାର କରିବା ଉପରେ କର୍ମଶାଳାରେ ଗୁରୁତ୍ୱାରୋପ କରଯାଇଥିଲା।
ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ପ୍ରଥମ ଦୀନରେ ତାଲିମ୍ ଦାତା ମାନେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସଠିକ ତଥ୍ୟ ଅନୁଯାୟୀ ତୃଣମୂଳ ସ୍ତରକୁ ଯାଇ ସରକାରଙ୍କ ଯୋଜନା ସଫଳ ରୂପାୟନ ପୂର୍ବକ ଜାତିସଂଘ ଦ୍ଵାରା ସ୍ଥିରୀକୃତ ଉପରୋକ୍ତ ୧୭ଟି ଲକ୍ଷ୍ୟ ୨୦୩୦ ସୁଦ୍ଧା ହାସଲ ପାଇଁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରଥମେ ପଞ୍ଚାୟତ ସ୍ତରରୁ ବ୍ଲକ ସ୍ତର ଏବଂ ଜିଲ୍ଲାସ୍ତରରେ ଯୋଜନାର ସଫଳ ରୂପାୟନ ହୋଇ ପାରିଲେ ରାଜ୍ୟରେ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିପାରିବ ବୋଲି ତାଲିମ୍ ଦାତା ମାନେ ମତ ଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଦାରିଦ୍ର୍ୟ ଦୂରୀକରଣକୁ ପ୍ରାଥମିକତା ଦିଆଯାଇଥିବା ବେଳେ ସ୍ବାସ୍ଥ୍ୟ, ଶିକ୍ଷା, ପୋଷଣକୁ ମଧ୍ୟ ସମାନ ଗୁରୁତ୍ଵ ଦେଲେ ଏହି ୧୭ଟି ଲକ୍ଷ୍ୟ ନିଶ୍ଚିତ ସାଧନ ହୋଇପାରିବ ବୋଲି ସମସ୍ତ ତାଲିମ ଦାତାମାନେ ମତ ଦେଇଥିଲେ। ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ସହ ନିରନ୍ତର ଭାବେ ଅର୍ଥନୈତିକ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଲେ ଏବଂ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଲେ ଏହି ଦୀର୍ଘସ୍ଥାୟୀ ବିକାଶ ନିଶ୍ଚିତ ସମ୍ଭବ ହୋଇ ପାରିବ ବୋଲି ସମସ୍ତେ ମତ ଦେଇଥିଲେ। ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ଗୁରୁତ୍ୱ ସହ ନେଇ ଏହାକୁ ସମାଧାନ କରିବା ସହ ସେହି ଅଞ୍ଚଳର ସମ୍ବଳକୁ ଉପଯୋଗ କରି କାର୍ଯ୍ୟରେ ଲଗାଇଲେ ଏକ ଦୀର୍ଘସ୍ଥାୟୀ ବିକାଶ ସମ୍ଭବ ପର ହୋଇ ପାରିବ, ଯାହା ଫଳରେ ଭବିଷ୍ୟତ ପିଢ଼ିର ବିକାଶ ସମ୍ଭବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ମତ ଦେଇଥିଲେ। ଭିଡିଓ ବାର୍ତ୍ତା ମାଧ୍ଯମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ସଂପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ। ରାଜ୍ଯ ଯୋଜନା ଓ ସଂଯୋଜନା ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ଶ୍ରୀ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ , ଉପ ନିର୍ଦ୍ଦେଶକ ଯୋଜନା ଓ ସଂଯୋଜନା, ପରିସଂଖ୍ୟାନ ବିଭାଗ ଅଧିକାରୀ କୁଳମଣି ରାଉତ କାର୍ଯ୍ୟକ୍ରମର ଲକ୍ଷ୍ୟ , ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହି ବିଷୟରେ ବିଷାରଦ ଭାବରେ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାକୁଡ଼, ଯୁଗ୍ମ ଶାସନ ସଚିବ ଯୋଜନା ଓ ସଂଯୋଜନା ବିଭାଗ ଓଡ଼ିଶା, ଶ୍ରୀ ଆଭା ମିଶ୍ର ୟୁଏନ୍ ଡିପି ଓଡ଼ିଶା ମୁଖ୍ୟ, ଓ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଅର୍ଥନୈତିକ ପରାମର୍ଶ ଏସଡିଜି ପିଏମୟୁ , ଯୋଜନା ଓ ସଂଯୋଜନା ବିଭାଗ ଓଡ଼ିଶା ପ୍ରମୁଖ ବିଶେଷଜ୍ଞ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମେତ ବ୍ଲକରୁ ଆସୁଥିବା ସମସ୍ତ ସରପଞ୍ଚ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ଦ୍ଵିତୀୟ ଦିବସ ସକାଳ ସମୟରେ ରାୟଗଡ଼ା ବ୍ଲକର କରଡ଼ାସିଂ ଗ୍ରାମ ପଞ୍ଚାୟତ ଓ ଗୋଷାଣୀ ବ୍ଲକ୍ ର ରାମ୍ଫା ଗ୍ରାମ ପଞ୍ଚାୟତରେ ପ୍ରଶିକ୍ଷାର୍ଥୀମାନେ କ୍ଷେତ୍ର ପରିଦର୍ଶନ କରିବାର କାର୍ଯୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ଯୋଜନା ଓ ସଂଯୋଜନା ବିଭାଗର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।