ଗଜପତି ଜିଲ୍ଲାର ବିକାଶ ପାଇଁ ସମାଜସେବୀ ଶ୍ରୀ ଆମୋଦ ବର୍ଦ୍ଧନଙ୍କୁ ବିଧାୟକ ପ୍ରାର୍ଥୀ କଲା ପ୍ରଜାବନ୍ଧୁ ପାର୍ଟି ।
ଗଜପତି ଜିଲ୍ଲାର ବିକାଶ ପାଇଁ ସମାଜସେବୀ ଶ୍ରୀ ଆମୋଦ ବର୍ଦ୍ଧନଙ୍କୁ ବିଧାୟକ ପ୍ରାର୍ଥୀ କଲା ପ୍ରଜାବନ୍ଧୁ ପାର୍ଟି ।
ଇଣ୍ଡିଆ ପ୍ରଜାବନ୍ଧୁ ପାର୍ଟି ପକ୍ଷରୁ ଆଜି ତା ୧୧ ଏପ୍ରିଲ ୨୦୨୪ ରିଖ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ରୋଟାରୀ କ୍ଳବ୍ ଠାରେ ରାଜ୍ୟର ବହୁ ପ୍ରତିଷ୍ଠିତ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ସାଧାରଣ ସମ୍ପାଦକ ଡ଼ା.ଅରୁଣ କୁମାରଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ଏହି ସମ୍ମିଳନୀରେ ଗଜପତି ଜିଲ୍ଲାର ବିଶିଷ୍ଟ ଯୁବ ସାମ୍ବାଦିକ ,ସମାଜ ସେବୀ, ଶିକ୍ଷାବିତ୍ ସଂଖ୍ୟାଲଘୁ ସମ୍ପ୍ରଦାୟର ଶ୍ରୀ ଆମୋଦ କୁମାର ବର୍ଦ୍ଧନଙ୍କୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଉନ୍ନତି ଓ ବିକାଶ ଦୃଷ୍ଟିରେ ରଖି ଇଣ୍ଡିଆ ପ୍ରଜାବନ୍ଧୁ ପାର୍ଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । କାରଣ ଦୀର୍ଘ ଅନେକ ବର୍ଷ ବହୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଜାତୀୟ ଓ ଆଞ୍ଚଳିକ ଦଳ ପକ୍ଷରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି କିନ୍ତୁ ପାରଳାର ଉନ୍ନତି ,ବିକାଶ ଓ ସ୍ୱାର୍ଥକୁ ପଛରେ ପକାଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀକୁ ଓ ପାରଳାଖେମୁଣ୍ଡି ସହରକୁ ସମସ୍ତ କ୍ଷେତ୍ରରେ ଏକ ଅନୁନ୍ନତ ନିର୍ବାଚନ ମଣ୍ଡଳୀ ଭାବେ ଏବେ ସୁଦ୍ଧା ପରିଚୟ ଦେଇଛନ୍ତି । ଗତ ନଭେମ୍ବର ୦୫ ୨୦୧୮ ମସିହାରେ ଡ଼ା.ରଞ୍ଜିତ ଓଫିରଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଅଛି ଇଣ୍ଡିଆ ପ୍ରଜବନ୍ଧୁ ପାର୍ଟି ।ଏହି ଦଳ ସାରା ଭାରତବର୍ଷରେ ୧୨ ଗୋଟି ରାଜ୍ୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟକରି ଆସୁଅଛି । ଏଣୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଶୋଚନୀୟ ଅବସ୍ଥାକୁ ଦୃଷ୍ଟିରେରଖି ଏକ ନିଃସ୍ଵାର୍ଥ ନିଷ୍ଠାପର ବ୍ୟକ୍ତି ଭାବେ ପରିଚିତ ଶ୍ରୀ ଆମୋଦ କୁମାର ବର୍ଦ୍ଧନଙ୍କୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି ,କାରଣ ଶ୍ରୀ ଆମୋଦ କୁମାର ବର୍ଦ୍ଧନଙ୍କ ଦ୍ଵାରା ପାରଳା ସହର ତଥା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଉନ୍ନତି ଶତପ୍ରତିଶତ ଉନ୍ନତି ଓ ବିକାଶ ହେବ ଏହା ହୃଦୟଙ୍ଗମ କରି ଦଳ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ଭୁବନେଶ୍ବରରୁ ଆହସା ଜେନାଙ୍କ ରିପୋର୍ଟ ଗ୍ଲୋବଲ୍ ଟିଭି ।