ଗଜପତି ଜିଲ୍ଲା ଓ ବ୍ଲକ ସ୍ତରୀୟ ଭୋଟର ପଞ୍ଜିକୃତ ସଚେତନତା କାର୍ଯ୍ୟକ୍ରମ।
ଗଜପତି/:ମିହିର ପ୍ରସାଦ ମାଳୀ : ଭାରତ ସରକାର ତଥା ନିର୍ବାଚନ ଆୟୋଗଙ୍କ ସୂଚନା ପ୍ରକାରେ ଓ ଗଜପତି ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁଯାୟୀ, ଜିଲ୍ଲାରେ ଥିବା ସମସ୍ତ ଡିଗ୍ରୀ କଲେଜ ଗୁଡିକରେ + ୧୭ ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ଭୋଟର ସଚେତନତା ସହ ନିଜନିଜର ନାମକୁ ଭୋଟର ତାଲିକାଭୁକ୍ତ କରିବା ପ୍ରଣାଳୀ ଶିକ୍ଷା ଦିଆଯାଉଛି। ଏହି ପରୀପେକ୍ଷୀରେ ଆଜି ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ରାମଗିରି ସ୍ଥିତ ଡଃ ଅମ୍ବେଦକର ଡିଗ୍ରୀ କଲେଜରେ ମଧ୍ୟ ଅନୁଷ୍ଠିତ ହେଇଯାଇଛି ଏହି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକମକୁ କଲେଜର ପ୍ରିନ୍ସିପାଲ ପୂର୍ଣ୍ଣଚନ୍ଦ୍ର ଦଳେଇ ଅଧ୍ୟକ୍ଷତା କରିଥିଲା ବେଳେ କଲେଜର ସଭାପତି, ଉପ ସଭାପତି, ଅନ୍ୟାନ୍ୟ କମିଟି ସଦସ୍ୟ ଗଣ, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବ୍ଲକ ତରଫରୁ ବିଏଲଓ ସୁପରଭାଇଜର ପ୍ରଦୀପ କୁମାର ପଣ୍ଡା ଓ ଦୁଇଜଣ ବିଏଲଓ ଠାକୁର ରଇତ ଓ ରାମଚନ୍ଦ୍ର ମଣ୍ଡଳଙ୍କ ସହ ସୁରେଶ ଶବର ଆସି ଭୋଟର ତାଲିକାରେ ନିଜ ସ୍ମାର୍ଟଫୋନ ଦ୍ବାରା ପଞ୍ଜିକୃତ କରିବାର ପ୍ରଣାଳୀ ଶିକ୍ଷା ଓ ସଚେତନତା କରିଥିଲେ। କାର୍ର୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ଦେଖାଯାଇଥିଲା।