ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଜିଲ୍ଲାପ୍ରସାଶନଙ୍କ ଦ୍ବାରା ୧୪୪ଧାରା ଜାରି |
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେଉଥିବା ଦେବସ୍ନାନ ପୂର୍ଣିମା ବିନା ଭକ୍ତ ଓ ୧୪୪ ଧାରାରେ ପାଳିତ ହେଉଥିବା ଜଣାପଡିଛି । ଏନେଇ ପାରଳାଖେମୁଣ୍ଡି ସବ୍ଡିଭିଜନାଲ ମେଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡିଠାରେ ନୂତନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଦେବସ୍ନାନ ମଣ୍ଡପ ନିର୍ମିତ ହୋଇ ସୋମବାର ଦିନ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି ।
ଦେବସ୍ନାନ ପୂର୍ଣିମାକୁ ଦ୍ରୁଷ୍ଟି ଆଗରେ ରଖି ଏହି ମନ୍ଦିରକୁ ଆଗରୁ ନିର୍ମାଣ କରାଯାଇଛି । ବର୍ତ୍ତମାନ କୋଭିଡ କଟକଣାକୁ ଦ୍ରୁଷ୍ଟି ଆଗରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାପଡିଛି । ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହେଉଥିବା ଏହି ସ୍ନାନ ଯାତ୍ରାରେ ହଜାର ହଜାର ସଂଖ୍ଯାରେ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ଭିଡ ଜମୁଥିଲା । କିନ୍ତୁ ଗତ କୋଭିଡ କଟକଣା ଯୋଗୁଁ ରୀତିନୀତିରେ ପାଳିତ ହେଉଛି ଦେବସ୍ନାନ ପୂର୍ଣିମା ଉତ୍ସବ । ଚଳିତ ବର୍ଷ ଭକ୍ତ ବା ଶ୍ରଦ୍ଧାଳୁଙ୍କ ଭିଡ ଜମିବାର ଆଶଙ୍କା କରି ଏପରି ନିଷ୍ପତ୍ତି ନିଆଯାଇଛି ।
ଆଜି ସକାଳ ୬ଟାରୁ ରାତି ୧୦ଟା ଯାଏଁ ଜଗନ୍ନାଥ ମନ୍ଦିରର ପରିସରର ୧୦୦ ମିଟର ଚତୁର୍ପାଶ୍ବରେ ୧୪୪ ଧାରା ଲାଗୁ କରାଯିବ ବୋଲି ସୂଚନା ପ୍ରଦାନ କରୀଯାଇଥିଲା । ଏଥିରେ ପାରଳାଖେମୁଣ୍ଡି ତହସିଲଦାର ଅଚ୍ଯୁତାନନ୍ଦ ଜାନୀ ମେଜିଷ୍ଟ୍ରେଟ ଭାବେ ଦାୟିତ୍ୱ ତୁଲାଇବେ ବୋଲି ମଧ୍ଯ ଜଣା ପଡିଥିଲା ।