ଜିଲ୍ଲପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ଜିଲ୍ଲପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ। ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ତବାରସିଂ ଠାରେ ଆଜି ଅନୁଷ୍ଠିତ ହୋଇଥିଲା ଏକ ଯୁଗ୍ମ ଅଭିଯୋଗ ଶୁଣାଣୀ l ଏହି କାର୍ଯ୍ୟକ୍ରମରେ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ଓ ଗଜପତି ଏସ୍ପି ଜୟରାମ ଶତପଥୀ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ମୋଟ 79 ଟି ଅଭିଯୋଗ ଦାଖଲ ହୋଇଥିଲା l ସେଥିମଧ୍ୟରୁ ସାମୁହିକ 54 ଓ ବ୍ୟକ୍ତିଗତ 25 ଜଣ ଅଭିଯୋଗ କରିଥିବା ବେଳେ ଉକ୍ତ ଅଭିଯୋଗ ଶୁଣାଣିରେ 5ଟି ଅଭିଯୋଗ ଫଇସଲା ହୋଇଯାଇଥିଲା ଏବଂ ଜଣଙ୍କୁ ମୁଖମନ୍ତ୍ରୀଙ୍କ ରେଡକ୍ରସ ଫଣ୍ଡରୁ ଆର୍ଥିକ ସାହାଯ୍ୟ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଆର.ଉଦୟଗିରି ବିଡ଼ିଓ ଲରେମନ ଖରସେଲ,ବ୍ଲକ ଚେୟାରମ୍ୟାନ ଲକ୍ଷ୍ମୀନାରାୟଣ ଶବର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଶେଷ ହେବା ପରେ ରାମଗିରି ସ୍ଥିତ ନୁଆସାହିରେ ନିର୍ମିତ ହେଉଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର ହେଉଥିବା ନେଇ ବିଭିର୍ଣ୍ଣ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇ ଉଠିଛି ପ୍ରଶାସନ l ତେଣୁ ସେହି କେନ୍ଦ୍ରୀୟ ବିଦ୍ୟାଳୟର କୋଠା ନିର୍ମାଣ କେଉଁଭଳି ଚାଲିଛି ତାର ଅନୁଧ୍ୟାନ କରିବା ଲାଗି ପହଞ୍ଚିଥିଲେ ଜିଲ୍ଲପାଳ l ଏବଂ ବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚ କତୃପକ୍ଷଙ୍କ ସହ ଆଲୋଚନା କରି ବିଦ୍ୟାଳୟ ଯେପରି ଭଲରେ ନିର୍ମାଣ ହେବ ସେ ଉପରେ ସେ ଅଧିକ ଗୁରୁତ୍ୱ ଦେବେ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ l