ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦ୍ରୁଶ୍ଯ । ଦିର୍ଘଦିନ ଧରି ଲକଡାଉନ୍ ଓ ସଟଡାଉନ ଜାରି ରହିଥିବା ସକାଶୁ ଯାତାୟାତ ହୋଇଛି ଠପ୍ । କିନ୍ତୁ ଧିରେ ଧିରେ ଅନଲକ୍ ୱାନ୍, ଅନଲକ୍ ଟୁ ଆରମ୍ଭ ହେବା ପରେ ପାରଳାରେ ଦେଖାଦେଉଛି ଟ୍ରାଫିକର ସମସ୍ଯା , ହେଲେ ଅନ୍ୟ କୌଣସି ଯାନବାହନଗୁଡିକ ନୁହଁ ଏଠି ଫସି ରହୁଛି ଆମ୍ବୁଲାନ୍ସ । ଏଭଳି ସମସ୍ଯା ଲକଡାଉନ୍ ପୂର୍ବରୁ ମଧ୍ଯ ଅନେକ ଥର ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ବାରା ଖବର କାଗଜରେ ପ୍ରସାରିତ ହୋଇଥିଲା । କିନ୍ତୁ ଏଥିରେ ଆସିପାରିନି ସୁଧାର । ବାରମ୍ବାର ସମାନ ଚିତ୍ର ଦେଖାଦେଉଛି ସଦରମହକୁମା ପାରଳାଖେମୁଣ୍ଡିରେ । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ପାରଳାଖେମୁଣ୍ଡିର ରାସ୍ତା ବିସ୍ତାର ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଥିଲେ ସୁଦ୍ଧା କାର୍ଯ୍ଯକାରୀ ହୋଇ ପାରିନି । ଏପଟେ ବାରମ୍ବାର ରାସ୍ତା କଡର ଡ୍ରେନ୍ କାର୍ଯ୍ୟ ଚାଲୁ ରହିଥିବା ବେଳେ ଟ୍ରାଫିକ ଜାମ୍ ହେଉଥିବା ସ୍ଥଳେ ଫସି ରହୁଛି ଆମ୍ବୁଲାନ୍ସ ,ଏଥିର ଶୀକାର ହେଉଛି ରୋଗୀ । ଅନ୍ଯପଟେ ସମାନ ପରିସ୍ଥିତି ମଧ୍ଯ ଦେଖିବାକୁ ମିଳିଛି ମୂଖ୍ଯ ବଜାର ଛକରେ । ତେବେ ଜିଲ୍ଲା ପ୍ରଶାସନ ଯଦି ସମସ୍ଯାର ସମାଧାନ ଦିଗରେ ଉଚିତ୍ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଯେତେବେଳେ ରାଜ୍ଯ ଅନଲକ୍ ହେବ , ସେତେବେଳେ ଏଭଳି ପରିସ୍ଥିତି ପାରଳାରେ ପୂନର୍ବାର ଦେଖାଦେବା ଆଶଙ୍କା କରାଯାଉଛି । ଏନେଇ ଜିଲ୍ଲା ପ୍ରଶାସନ ସମାଧାନ ଦିଗରେ କିଭଳି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବେ, ତାହା ଦେଖିବାକୁ ବାକି ରହିଲା ।