ନବୀନ ସରକାର ଶେଷ ଅସ୍ତ୍ର – ଦୁର୍ନୀତି ବିରୁଦ୍ଧରେ ଲଢ଼ୁଥିବା ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା
ବାଲେଶ୍ଵରର ସୂଚନା ଅଧିକାର କର୍ମୀ ଶ୍ରୀ ତନୟ ମହାନ୍ତିଙ୍କୁ ଛୁରାମାଡ । ଅବସ୍ଥା ସଙ୍କଟାପନ୍ନ । ସେ ରେମୁଣା ବିଜେଡି ବିଧାୟକ ସୁଧାଂଶୁ ପରିଡ଼ା ଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ସହ ଲୋକାୟୂକ୍ତରେ ଅଭିଯୋଗ କରିଥିଲେ । ଲୋକାୟୁ କ୍ତ ରାଜ୍ୟ ଭିଜିାନସ୍ କୁ ତଦନ୍ତ ଦାୟିତ ଦେଇଥିଲେ । ଭିଜିଲାନ୍ସ ତଦନ୍ତ କରି ତଦନ୍ତ ରିପୋର୍ଟ ଦେବା ସହ ବିଧାୟକ ଏହି ଦୁର୍ନୀତିରେ ସଂପୃକ୍ତ ଓ କୋଟି କୋଟି ଟଙ୍କା ଲୁଟ ହୋଇଥିବାର ସ୍ପଶ୍ଟ୍ କରିଥିଲେ । ଏହାପରେ ବିଜେଡି ଗୁଣ୍ଡା ମାନେ ଓ ଦଳୀୟ କର୍ମୀ ମାନେ ତନୟକୁ ହଇରାଣ କରିବା , ହତ୍ୟା ଧମକ ଦେବା , ମହିଳାଙ୍କୁ ଲଗେଇ ମିଛ ଧମକ ଦେବା ଇତ୍ୟାଦି କରି ଚାଲିଥିଲେ । ଏ ସବୁ ସତ୍ତ୍ୱେ ତନୟ ଭୟଭୀତ ହୋଇନଥଲେ । ଓଡ଼ିଶାର ସମସ୍ତ ସୂଚନା ଅଧିକାର କର୍ମୀ ତାଙ୍କ ସହିତ ଦୃଢ଼ ଭାବେ ଠିଆ ହୋଇଥିଲେ । ଆଜି ସକାଳେ ବିଜେଡି ଦଳର ଗୁଣ୍ଡାମାନେ ତନୟ କୁ ଜୀବନରେ ମାରିଦେବାକୁ ଛୁରାମାଡ କରିଛନ୍ତି ।