News & Article

ପାରାଲାଖେମୁଣ୍ଡି ଗସ୍ତରେ ଡିଭିଜନାଲ ରେଲୱେ ମ୍ୟାନେଜର ଶ୍ରୀ ଅନୁପ ସତ୍ୟପାଠୀ

ଗଜପତି ଜିଲ୍ଲା ସଦର ମହକୁମା ପାରାଲାଖେମୁଣ୍ଡି ଗସ୍ତରେ ଡିଭିଜନାଲ ରେଲୱେ ମ୍ୟାନେଜର ଶ୍ରୀ ଅନୁପ ସତ୍ୟପାଠୀ । ଏହି ଗସ୍ତ ଏରିଆଲ ସର୍ଭେ ପାଇଁ ଡିଭିଜନାଲ ରେଲୱେ ମ୍ୟାନେଜର ଶ୍ରୀ ଅନୁପ ସତ୍ୟପାଠୀ ଆସିଥିବା ସୂଚନା ମିଳିଛି । ତେବେ ଗତ କିଛିଦିନ ପୂର୍ବେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ ନାରାୟଣ ରାଓ ଦେଇଥିବା ଦାବିଗୁଡିକୁ ଦୃଷ୍ଟିରେରଖି ପାରଳାଖେମୁଣ୍ଡି ରେଳଷ୍ଟେସନ ପ୍ଲାଟଫର୍ମଗୁଡିକର ନବୀକରଣ କାର୍ଯ୍ୟକୁ ଯଥାସମ୍ଭବ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ସତ୍ୟପାଠୀ ଜୀ ଏହି ଗସ୍ତରେ ଆସି ରେଳଷ୍ଟେସନ ନବୀକରଣ କାର୍ଯ୍ୟ ଅତିଶିଘ୍ର କରିବା ପାଇଁ ନିର୍ଦେଶ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ ନାରାୟଣ ରାଓ ଉପସ୍ଥିତ ରହିବା ସହ ଗଜପତି ବିଜେପିର ବହୁ ବଶିଷ୍ଠ ନେତା ଓ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଗଣ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button