LocalNews & Article

ପ୍ରାକୃତିକ ଜୀବନ ଶୈଳୀ ହିଁ ସ୍ବସ୍ଥ ଶବଳ ସମାଜର ମୂଳମନ୍ତ୍ର : କୁଳପତି

ଯେକୌଣସି ପତ୍ରପତ୍ରିକା ନିଜର ସ୍ଵନକ୍ଷତ୍ର ଉତ୍ସବ ପାଳନ କରିବାରେ ବଡ଼ବଡ଼ ସହର ମୁଁହ ଚିହ୍ନଟ କରୁଥିବା ବେଳେ ଲେଖନୀର ଅଗ୍ନିଶିଖା ପାକ୍ଷିକ ଖବର କାଗଜର ଦ୍ଵିତୀୟ ସ୍ଵନକ୍ଷତ୍ର ଉତ୍ସବ ଏକ ନିପଟି ମଫସଲ ଗଞ୍ଜାମ ଜିଲ୍ଲାର ସୋରଡା ବ୍ଲକ ସିଦ୍ଧପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଭୁ୍ତ ବନ୍ୟା ନଗର ଆଦିବାସୀ ଅନୁଷ୍ଠିତ ଉପାନ୍ତ ଅଞ୍ଚଳରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ବକ୍ତା ବ୍ରହ୍ମ ମୁହୃତ୍ବ ସାପ୍ତାହିକ ପତ୍ରିକାର ମୁଖ୍ୟ ସମ୍ପାଦକ ଶାରଦା ପ୍ରସାଦ ମହାପାତ୍ର, ସ୍ଵତନ୍ତ୍ର ଅତିଥି ଭାବେ ଭାରତୀୟ ସ୍ଥଳ ସେନାର ଅବସରପ୍ରାପ୍ତ ବ୍ରିଗେଡିୟର ଅଭିମନ୍ୟୁ ରାଉତ, ମଧୁବନ ଆଶ୍ରମର କୁଳପୁରୋହିତ ଡମ୍ଭୁରୁଧରମଣ୍ଡଳ, ମିଡ଼ିଆ ପରାମର୍ଶ ଦାତା ସନତ୍ ପଣ୍ଡା ପ୍ରମୁଖ ଯୋଗଦାନ ଦେଇଥିଲେ। ପତ୍ରିକାର ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ। ବଣ ଜଙ୍ଗଲ ପାହାଡ଼ ପର୍ବତ ନଦୀ ହ୍ରଦ ଘେରା ସ୍ଵସ୍ଥ ପରିବେଶ, ନିର୍ମଳ ଜଳ, ଉପଯୁକ୍ତ ବାୟୁ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ଉପାନ୍ତ ଅଞ୍ଚଳ ଏଭଳି କାର୍ଯ୍ୟ କାର୍ଯ୍ୟକ୍ରମକୁ ନେଇ ଆଜି ଦିନଟି ଏକ ସ୍ମରଣୀୟ, ଗୃହଣୀୟ୍, କରଣୀୟ ଗ୍ରହଣୀୟ ବନ୍ଦନୀୟ, ଉଲ୍ଲେଖନୀୟ, ପ୍ରଶଂସନୀୟ ଓ ଏକ ଐତହାସିକ ବୋଲି ଏଠାରେ କୁଳପତି କହିଥିଲେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ମଧୁବନ ଆଶ୍ରମର ସାପ୍ତାହିକ ହାଟ ଉଦଘାଟନ କରି ଜୈବିକ ସାର ଓ ପ୍ରାକୃତିକ ପରିବେଶରେ ଉତ୍ପାଦିତ ଫସଲକୁ ନେଇ ସ୍ଥାନୀୟ ଅଂଚଳର ଲୋକମାନେ ସ୍ବାବଲମ୍ବୀ, ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ ହୋଇ ପରିବାରକୁ ସକ୍ଷମ ସହ ଉପାର୍ଜନ କରିପାରିବେ। ଏହାକୁ ଲୋକପ୍ରିୟ କରିପାରିଲେ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ଏକ ଅତୁଳନୀୟ ଅବଦାନ ହେବ ବୋଲି ମଧ୍ୟ ପରାମର୍ଶ ଦେଇଥିଲେ ସମାଜର ପରିବର୍ତ୍ତନରେ ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଦେଶର ସାର୍ବଭୌମତ୍ୱ ଠାରୁ ଶାସନର ସ୍ବେଛାଚାରି ତାରୁ ରକ୍ଷାକରିବା ରେ ଗୁରୁତ୍ବପୂର୍ଣ୍ମ ଭୂମିକା ତୁଲାଇ ଆସିଚି ବୋଲି ମୂଖ୍ୟ ବକ୍ତା ଶାରଦା ପ୍ରସାଦ ମହାପାତ୍ର ଏଠାରେ କହିଥିଲେ। ଗାଁ ଗହଳିର ଦୁର୍ବଳ ଅସହାୟ ଶ୍ରେଣୀର ବ୍ୟକ୍ତି ଓ ଅଶିକ୍ଷିତ ଜନସାଧାରଣଙ୍କ ମୌଳିକ, ସାମାଜିକ, ଆର୍ଥିକ ସାଂସ୍କୃତିକ ଜୀବନ, ସମ୍ବିଧାନ ମୂଲ୍ୟବୋଧ, ମାନବାଧିକାର, ଗଣତନ୍ତ୍ର, ଧର୍ମନିରପେକ୍ଷ ବିଚାର ଦିଗରେ ସମତା ରକ୍ଷା କରିବାରେ ପତ୍ରିକାଟି ସହାୟକ ହେବ ଗାଁ ର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ସ୍ଵତନ୍ତ୍ର ଅତିଥି ବ୍ରିଗେଡ଼ିୟର ଅଭିମନ୍ୟୁ ରାଉତ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ସ°ଯୋଜକ ଭାବେ ପତ୍ରିକାର ସହ – ସମ୍ପାଦକ ପ୍ରଶାନ୍ତ କୁମାର କର ସ°ଯୋଜନା କରିଥିବା ବେଳେ ପତ୍ରିକା ପକ୍ଷରୁ ପ୍ରତିଭା ଧାରୀଙ୍କୁ ସମ୍ମାନିତ କର ଯାଇଛି। ମିତା ଗମାଙ୍ଗ, ମମତା ଗମାଙ୍ଗ, ଗୁପ୍ତେଶ୍ଵରୀଅ ମଣ୍ଡଳ, ଅମିତା କାର୍ଯି, କରିସ୍ମା ଶବର, ଜାନକୀ ଗମାଙ୍ଗ, ପିଙ୍କି ଗମାଙ୍ଗ, କୃପାସିନ୍ଧୁ ଶବର, ପ୍ରତିନ ଗମାଙ୍ଗ, ପଞ୍ଚୁ ଗମାଙ୍ଗ, ରିଲୁ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

 

 

Related Articles

Leave a Reply

Your email address will not be published. Required fields are marked *

Back to top button