News & Article

ବିଜେଡି ଦଳର ସାଂସଦ ତଥା କିମସ ହସ୍ପିଟାଲ ର ମାଲିକ ଅଚ୍ୟୁତ ସାମନ୍ତ ୪ ଟି ଜିଲ୍ଲାରେ ସରକାରୀ ଅର୍ଥରେ କରିଥିବା କୋଭିଡ ହସ୍ପିଟାଲ ର ପରିଚାଳନା ଓ କୋଭିଡ ରୋଗୀ ସେବା ପାଇଁ ନେଇଛନ୍ତି 100 କୋଟି ଟଙ୍କା ଆଧାର ୪ ଟି ଜିଲ୍ଲାରୁ ଜିଲାପାଳଙ୍କ ଦପ୍ତରରୁ ସୂଚନା ଆଇନ ବଳରେ ସୂଚନାଧିକାର କର୍ମୀ ସନ୍ତୋଷ କୁମାର ମହାନ୍ତି ସଂଗ୍ରହ କରିଥିବା ତଥ୍ୟ ।

କିଛି ଦିନ ତଳେ ଆମ୍ଭେ ସୂଚନା ଆଇନ ବଳରେ ସମ କୋଭିଡ ହସ୍ପିଟାଲ କୋଭିଡ ହସ୍ପିଟାଲ ର ପରିଚାଳନା ବାବଦ 120 କୋଟି ଟଙ୍କା Mahanadi Coalfields Limited ରୁ ନେଇଥିବା ତଥ୍ୟ ପ୍ରକାଶ କରିଥିଲୁ ।
ବର୍ତ୍ତମାନ ଅଚ୍ୟୁତ ସାମନ୍ତ ଙ୍କ ସଂସ୍ଥା KIMS ୪ ଟି ଜିଲ୍ଲା ଯଥା କନ୍ଧମାଳ, ବଲାଙ୍ଗୀର , ମୟୁରଭଞ୍ଜ ଓ ଭୁବନେଶ୍ୱରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ଓ କୋଭିଡ ରୋଗୀ ସେବା ପାଇଁ ହାରାହାରି 100 କୋଟି ଟଙ୍କା Odisha Mining Corporation ରୁ ନେଇଛନ୍ତି ।

୪ ଟି ଜିଲ୍ଲାରେ ହୋଇଥିବା କିମସ କୋଭିଡ ହସ୍ପିଟାଲ ସମ୍ପୂର୍ଣ୍ଣ ସରକାରୀ ଅର୍ଥ ଅର୍ଥାତ ଲୋକଙ୍କ ଅର୍ଥରେ ହୋଇଛି । ଏଥିପାଇଁ ଅଚ୍ୟୁତ ସାମନ୍ତ ଗୋଟିଏ ବି ଟଙ୍କା ନିଜ ପକେଟରୁ ଖର୍ଚ୍ଚ କରି ନାହାନ୍ତି । ମାର୍ଚ୍ଚ 23,2020 ରେ ରାଜ୍ୟ ସରକାର କୋଭିଡ ଲକଡାଉନ ଘୋଷଣା କଲେ । ଏପ୍ରିଲ 3,2020 ରେ ଭୁବନେଶ୍ୱର ରେ 500 ଶଯ୍ୟା ବିଶିଷ୍ଟ କିମସ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ହୋଇଗଲା ବୋଲି ଘୋଷଣା କରାଗଲା । ସେହିଦିନ କିମସ କୁ ସରକାର 12 କୋଟି ଟଙ୍କା ଅଗ୍ରୀମ ଦିଆଗଲା । ବାସ୍ତବରେ 500 ଶଯ୍ୟା ଅଛି କି ନାହିଁ କେହି ପ୍ରଶ୍ନ କଲେ ନାହିଁ । କେବଳ କୋଭିଡ ହସ୍ପିଟାଲ ର ଫଟୋ ଘୁରି ବୁଲିଲା । ଆମର ଗଣ ମାଧ୍ୟମ ମଧ୍ୟ ଅନ୍ଧାଦୁନିଆ news କଲେ । ଯେଉଁ 12 କୋଟି ଅଗ୍ରୀମ ଦିଆଗଲା , ଏହି ଅର୍ଥରେ ଅନ୍ୟ ଜିଲ୍ଲାରେ କୋଭିଡ ହସ୍ପିଟାଲ ର ଭିତ୍ତି ଭୂମି ପଡିଲା । ଯଦି ଏହି ଅର୍ଥ ଆମ ସରକାରୀ ଡାକ୍ତରଖାନାରେ ଖର୍ଚ୍ଚ ହୋଇଥାନ୍ତା ତେବେ 30 ଟି ଜିଲ୍ଲାରେ କୋଭିଡ ହସ୍ପିଟାଲ ହୋଇ ପାରିଥାନ୍ତା ।

ପୁଣି ଏହି ସଂସ୍ଥା କିପରି କୋଭିଡ ପାଇଁ ଆସୁଥିବା ଅର୍ଥରୁ ଅଧିକ ଲାଭ ପାଇବେ , ସେଥିପାଇଁ ତୁରନ୍ତ ଏକ MOU sign କରାଯାଇ bed charge ଓ patient treatment charge ଅଲଗା କରାଯାଇ ହିସାବ କରାଗଲା । ଅର୍ଥାତ ରୋଗୀ ଥା ଆନ୍ତୁ କି ନଥାଆନ୍ତୁ , ସରକାର bed charge ଦେଇ ଚାଲିବେ । ଏପିଲ, 20 ରେ ସେଭଳି କୋଭିଡ ରୋଗୀ ନଥିଲା ବେଳେ କେବଳ bed charge ବାବଦରେ ସରକାର 4 କୋଟି ଟଙ୍କା ଦେଲେ । ସୂଚନା ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ,ଦିଆଯାଇଥିବା ସମୁଦାୟ ଅର୍ଥରୁ 90 ଭାଗ କେବଳ bed ଚାର୍ଜ । ସରକାର କରିଥିବା ବ୍ୟବସ୍ଥା ଅନୁଯାୟୀ ଦୌନିକ ordinary bed charge Rs. 3000 ଟଙ୍କା ଓ ICU bed charge Rs. 5000 ଟଙ୍କା । ଏହି ବ୍ୟବସ୍ଥା କରାଯାଇଥିଲା maximum profit କିମସ ହସ୍ପିଟାଲକୁ ଦେବା ପାଇଁ । ସୂଚନା ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ଭୁବନେଶ୍ବର ରେ ସବୁଠାରୁ ବେଶୀ କୋଭିଡ ରୋଗୀ କିମସ ହସ୍ପିଟାଲରେ ମରିଛନ୍ତି । ଆମେ ଟଙ୍କା ଦେଲୁ , ଆମ ଟଙ୍କାରେ କୋଭିଡ ହସ୍ପିଟାଲ ହେଲା । ଆମ ଲୋକ କୋଭିଡ ରେ ଆକ୍ରାନ୍ତ ହୋଇ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କଲେ । ସରକାର ବାହାଵ ନେଲେ କୋଭିଡ ହସ୍ପିଟାଲ ଯଥାଶ୍ରିଘ୍ର ହୋଇଗଲା ବୋଲି । ଅଚ୍ୟୁତ ସମାନ୍ତ ବିଶିଷ୍ଟ ସମାଜ ସେବୀ ହୋଇଗଲେ । ସରକାରୀ ଡାକ୍ତରଖାନା ବରବାଦ ହୋଇଗଲା । ଏହାହିଁ ନବୀନ ବାବୁଙ୍କ 5T ସରକାର । ରାଜ୍ୟ ସ୍ୱାସ୍ଥ୍ୟ ସେବା କିପରି ଭୁଶୁଡିବାରେ ଲାଗିଛ , ଏଇଟା ସବୁଠାରୁ ବଡ ଉଦାହରଣ । ସମସ୍ତ ତଥ୍ୟ ଉପର ଲିଖିତ ଲିଙ୍କରେ ଦିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button