News & Article

ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୮ ତମ ଜୟନ୍ତୀ ଅବସରରେ ଭର୍ଚୁଆଲ୍ ଆଲୋଚନା

13/07/2021 ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୮ ତମ ଜୟନ୍ତୀ ଅବସରରେ ଭର୍ଚୁଆଲ୍ ଆଲୋଚନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳା ମାଟିର କୃତି ସନ୍ତାନ ତଥା ଗର୍ବ ଓ ଗୌରବର ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୮ ତମ ଜୟନ୍ତୀ ଅବସରରେ ଭର୍ଚୁଆଲ ଆଲୋଚନା କରାଯାଇଥିଲା । ଗୋପାଳକୃଷ୍ଣ ସ୍ମୃତି ପରିଷଦର ଅଧ୍ୟକ୍ଷ ଡ. ଭୁବନେଶ୍ୱର ପଟ୍ଟନାୟକଙ୍କ ନେତୃତ୍ୱରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶିକ୍ଷାବିତ ବିନୋଦ ଚନ୍ଦ୍ର ଜେନା, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଭଜଗୋବିନ୍ଦ ପାତ୍ର ପ୍ରମୁଖ ସ୍ଥାନୀୟ ଗୋପାଳକୃଷ୍ଣ ପାଠାଗାର ପରିସରରେ ଥିବା ଗୋପାଳକୃଷ୍ଣଙ୍କ ପ୍ରତିମୁର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ସନ୍ଧ୍ୟା ସମୟରେ ଉପରୋକ୍ତ ବ୍ୟକ୍ତିବିଶେଷଙ୍କ ସହ ଡ. କଲ୍ୟାଣୀ ମିଶ୍ର, ରାଧାରମଣ ପଟ୍ଟନାୟକ, ସୁଶ୍ରୀ ଶ୍ୱେତା ପଟ୍ଟନାୟକ, ବିଷ୍ଣୁମୋହନ ଅଧିକାରୀ ପ୍ରମୁଖ ଭର୍ଚୁଆଲ ଆଲୋଚନା ମାଧ୍ୟମରେ ଭକ୍ତକବି ଗୋପାଳକୃଷ୍ଣଙ୍କ ସାରସ୍ୱତ ରଚନା ଉପରେ ଆଲୋକପାତ କରି କହିଥିଲେ ଯେ, କବି କଳହଂସ, ବସନ୍ତକୋକିଳ,ଭକ୍ତକବି ଗୋପାଳକୃଷ୍ଣ ଥିଲେ ଓଡିଶାର ଶ୍ରେଷ୍ଠ ଓ ଶେଷ ବୈଷ୍ଣବ କବି । ଓଡିଆ କାବ୍ୟ ଯୁଗରେ ସେ ଥିଲେ ଆଧୁନିକତାର ଉଦୟରଶ୍ମି । ଓଡିଆ ଭାଷାର ସାରସ୍ୱତ ସାଗର ପାଇଁ ଏସବୁ ଭକ୍ତକବି ଗୋପାଳକୃଷ୍ଣଙ୍କ ଏକ ଅନନ୍ୟ ଉପହାର । ଭର୍ଚୁଆଲ ଆଲୋଚନା ଶେଷରେ ବ୍ରଜାନନ୍ଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button