ଭୁବନେଶ୍ୱର ରେ ବୃକ୍ଷ ରୋପଣ ପାଇଁ ବାହାର ରାଜ୍ୟ ରୁ ଚାରା କିଣିବା ରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା ।
ଓଡ଼ିଆ ମାନେ କାହିଁକି ବଞ୍ଚିଛ, ନିଜକୁ ପଚାର
ଭୁବନେଶ୍ୱର ରେ ବୃକ୍ଷ ରୋପଣ ପାଇଁ ବାହାର ରାଜ୍ୟ ରୁ ଚାରା କିଣିବା ରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା ।
ଓଡ଼ିଶାରେ ବୃକ୍ଷ ରୋପଣ ପାଇଁ ଓଡ଼ିଆ ଲୋକ ମଧ୍ୟ ଚାରା ସୃଷ୍ଟି କରିବାରେ ଅସମର୍ଥ ।
ଓଡ଼ିଆ ମାନେ କାହିଁକି ବଞ୍ଚିଛ, ନିଜକୁ ପଚାର
ରାଜ୍ୟର ସମସ୍ତ ଖଣି, ପ୍ରାକୃତିକ ସମ୍ପଦ କୁ ମନଭରି ଲୁଟ ପାଇଁ ନବୀନ ପଟ୍ଟନାୟକ ସରକାର କର୍ପୋରେଟ ବା କମ୍ପାନୀ ମାନଙ୍କୁ ଟେକି ଦେଇଛନ୍ତି । ଓଡ଼ିଶାରେ ବିଭିନ୍ନ ଖଣିଜ ଦ୍ରବ୍ୟର ଯେପରି ମନଇଛା ଉତ୍ତୋଳନ ହେଉଛି ଓ ଲୁଟ ଚାଲିଛି , ଭାରତ ଇତିହାସରେ ବିରଳ । ତଥାକଥିତ ଶିଳ୍ପ ନାମରେ ହଜାର ହଜାର ଏକର ଜମି କର୍ପୋରେଟ ମାନଙ୍କୁ ଦିଆଯାଉଛି । ସେହିପରି ସମସ୍ତ ବଡ଼ ବଡ development project ବାହାର ରାଜ୍ୟର ଠିକାଦାର ଙ୍କ ଅଧିନରେ ।
ବର୍ତ୍ତମାନ ସୂଚନା ଅଧିକାର ଆଇନରେ ଜଣା ପଡ଼ିଛି , ରାଜ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାର ଜଙ୍ଗଲ ବିଭାଗ ବା ଓଡ଼ିଶାର Nursery ମାନେ ଚାରା ଉତ୍ପାଦନ କରିପାରୁ ନାହାନ୍ତି, ସେଥିପାଇଁ ବାହାର ରାଜ୍ୟରୁ ଚାରା କିଣି ବୃକ୍ଷ ରୋପଣ କରିବାକୁ ପଡୁଛି । ଓଡ଼ିଆ ମାନେ ତାଙ୍କ ରାଜ୍ୟରେ ବୃକ୍ଷରୋପଣ ପାଇଁ ଚାରା ମଧ୍ୟ କରିପାରିଲେ ନାହିଁ । ରାଜ୍ୟରେ ସମସ୍ତ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର ର ଅଣ ଓଡ଼ିଆ ଅଫିସର ମାନେ ଅଣ ଓଡ଼ିଆ ଠିକାଦାର ମାନଙ୍କୁ ଦେଇ ଦେଇଛନ୍ତି ।
ଭୁବନେଶ୍ୱର ର ଶିଖରଚଣ୍ଡୀ ପାହାଡ଼ରେ 18000 ଚାରା ଲଗାଯାଇଛି। ଏଥିପଇଁ ଆନ୍ଧ୍ରା ଓ ତେଲେଙ୍ଗାନାର ଦୁଇଟି Nursery ଯଥା Murali Krishna Nursery,AP, Ashwini Nursery, Telengana କୁ ଚାରା ଯୋଗାଇବା ପାଇଁ 88,36,800 ଟଙ୍କା ଦିଆଯାଇଛି । ଏହି ଚାରା ରୋପଣ ପାଇଁ ସରକାର ଖର୍ଚ୍ଚ କରିଛନ୍ତି 2କୋଟି 14 ଲକ୍ଷ ଟଙ୍କା । ଅର୍ଥାତ୍ ଗୋଟିଏ ଚାରା ଲଗେଇବା ପାଇଁ ଖର୍ଚ୍ଚ ହୋଇଛି 1600ଟଙ୍କା । ରାଜ୍ୟରେ ସବୁ ଯୋଜନାରେ କିପରି କୋଟି କୋଟି ଟଙ୍କା ଲୁଟ ହୁଏ , ଏହା ତାର ପ୍ରମାଣ ।
ସେହିପରି ,NH-16 ର Fire station square, CRPF Junction, Rasulgarh junction, AG Square to Kalpana square , ଆଚାର୍ଯ୍ୟ ବିହାର ଛକ, ବାଣୀ ବିହାର ଛକ ରେ ବୃକ୍ଷ ରୋପଣ, ଫୁଲଗଛ ଇତ୍ୟାଦି କିଣିବା ପାଇଁ ହାରାହାରି ଏକ କୋଟିଏ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଚାରା ରୋପଣ ପାଇଁ ଖର୍ଚ୍ଚ ହୋଇଛି 3କୋଟି ଟଙ୍କା । ଏଥିପାଇଁ ବାହାର ରାଜ୍ୟର Nursery କମ୍ପାନୀ ମାନେ ଚାରା ଦେଇଛନ୍ତି । ରାଜ୍ୟର ସମସ୍ତ କାର୍ଯ୍ୟ ଅଣ ଓଡ଼ିଆ ମାନଙ୍କ ପାଖକୁ ଚାଲିଯାଇଛି । ସବୁ କାର୍ଯ୍ୟରେ ବ୍ୟାପକ ହରିଲୁଟ୍ ଚାଲିଛି ।
ପ୍ରଦୀପ ପ୍ରଧାନ
ମୋ- 9937843482