News & Article

ମହିଳା ସ୍ନାତକ ମହାବିଦ୍ୟାଳୟରେ ରକ୍ତ ବର୍ଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମହିଳା ସ୍ନାତକ ମହାବିଦ୍ୟାଳୟରେ ରକ୍ତ ବର୍ଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

+୩ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ସ୍ଥାନୀୟ ମିନାକ୍ଷୀ ପାଥୋଲୋଜିର ସହଯୋଗରେ ଏକ ରକ୍ତ ବାର୍ଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରିନା ସାହୁ ନିଜ ଅଭିଭାଷଣରେ ରକ୍ତ ଉପକାରିତା ତଥା ବର୍ଗୀକରଣ କରିବା ଦ୍ଵାରା କିଭଳି ଜଣେ ରକ୍ତ ଦାନ କରିପାରିବ ବର୍ଣ୍ଣନା କରିଥିଲେ। ସେଭଳି ପାରଳାର ଲୋକପ୍ରିୟ ପାଥୋଲୋଜିଷ୍ଟ୍ ଡ. ସୁଶାନ୍ତ ପଣ୍ଡା ଯୋଗ ଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ରକ୍ତବର୍ଗୀକରଣ ସୁଫଳ ବର୍ଣ୍ଣନା କରିବା ସହ ହିମୋଗ୍ଲୋବିନ୍ କିପରି ଶରୀର ପାଇଁ ଉପଯୋଗୀ ଓ ଏହାର ବୃଦ୍ଧି ପାଇଁ ପଦକ୍ଷେପ ଦିଆଯିବ ସେ ସମ୍ପୋର୍କରେ ପ୍ରାଞ୍ଜଳ ତର ବର୍ଣ୍ଣନା କରିଥିଲେ। ସବୁ ଅତିଥିମାନଙ୍କୁ NSS ର ସେବସେବିମନେ କ୍ଲାପ ଦେଇ ସ୍ବାଗତ କରିଥିଲେ। NSS ପ୍ରୋଗ୍ରାମ ଅଫିସର ଡ. ଭାରତୀ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୨୫ ଜଣ ଛାତ୍ରଛାତ୍ରୀଙ୍କର ରକ୍ତ ବର୍ଗୀକରଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ଏଲ ଅଶୋକ, ସୁରେଶ ତଥା ସ୍ବେଚ୍ଛାସେବୀମାନେ ଶୃଙ୍ଖଳାର ସହ ପରିଚାଳନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button