ମେ୍କ-ଇନ୍ ଓଡ଼ିଶା କାର୍ଯ୍ୟକ୍ରମ – ଏକ ବହୁଳ ପ୍ରଚାରିତ ମିଛ କାର୍ଯ୍ୟକ୍ରମ।
ଓଡ଼ିଶା କର୍ପୋରେଟ ଲୁଟ ର ତୀର୍ଥକ୍ଷେତ୍ର -ମୋ ଦଳ
2016 ମସିହାରେ ବହୁ ଆଡ଼ମ୍ବରରେ ବହୁ ଦେଶ ଓ ବିଦେଶ ଶିଳ୍ପପତିଙ୍କୁ ଡାକି ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରରେ କରାଯାଇଥିଲା । ଅନୁରୂପ କାର୍ଯ୍ୟକ୍ରମ 2018 ଓ 2022ରେ ମଧ୍ୟ କରାଯାଇଥିଲା । ଶିଳ୍ପ ପତି ମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରେଇବାକୁ ଦେଶରେ ଓ ଦେଶ ବାହାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକ ନିଜେ ଦଳ ବଲ ନେଇ ଜାପାନ ଓ ଇଟାଲୀ ଯାଇଥିଲେ ।l ଭି.କେ. ପାଣ୍ଡିଆନ ମଧ୍ୟ ଅମଲାଙ୍କୁ ନେଇ ଆମେରିକା ଯାଇଥିଲେ ।ରାଜ୍ୟ ସରକାର 6,00,000 କୋଟି ଟଙ୍କାର investment ହେବ ବୋଲି ପ୍ରେସ ମିତ୍ ରେ କହିଥିଲେ ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା, ଶିଳ୍ପପତି ମାନଙ୍କୁ ଓଡ଼ିଶା କୁ ଆକୃଷ୍ଟ କରିବା , ପର୍ଯ୍ୟାପ୍ତ ପରିମାଣର କର୍ମ ନିଯୁକ୍ତି ସୃଷ୍ଟି କରିବା ।
କିନ୍ତୁ ଦୀର୍ଗ ସାତ ବର୍ଷ ମଧ୍ୟରେ ଆମ ରାଜ୍ୟରେ ଗୋଟିଏ ବି ଶିଳ୍ପ ଚାଲୁ ହେଲା ନାହିଁ କି ଚାକିରୀ ସୃଷ୍ଟି ହୋଇ ପାରିଲା ନାହି । କମ୍ପାନୀ ମାନଙ୍କୁ ଶସ୍ତାରେ ତଥା ଶାଗ ମାଛ ମୂଲ୍ୟରେ ଦିଆଯାଇଛି । ରାଜ୍ୟରେ ହାରାହାରି 150କମ୍ପାନୀକୁ 18000ଏକର ଜମି ଦିଆଯାଇଛି । ବେଦାନ୍ତ କମ୍ପାନୀକୁ କଳାହାଣ୍ଡି ଜିଲ୍ଲାରେ 108ଏକର, ଝାରସୁଗୁଡ଼ାରେ 227ଏକର , ମିତ୍ତଳ କମ୍ପାନୀକୁ କେଉଁଝରରେ 305ଏକର, କେନ୍ଦ୍ରାପଡ଼ାରେ 112ଏକର , ଜିନ୍ଦଲ କମ୍ପାନୀକୁ ଜଗତସିଂହପୁର ଜିଲ୍ଲାରେ 270ଏକର ଦିଆଯାଇଛି । ବହୁ କମ ଦରରେ ଦିଆଯାଇଛି ।
ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ , ରାଜ୍ୟରେ ସାତ ବର୍ଷ ମଧ୍ୟରେ , 2,70,000 କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । କିନ୍ତୁ ଗୋଟିଏ ଶିଳ୍ପ ସଂସ୍ଥା ହୋଇପାରିନାହିଁ ବା ଗୋଟିଏ ଚାକିରୀ ସୃଷ୍ଟି ହୋଇନାହିଁ ।
ତେଣୁ ନବୀନ ପଟ୍ଟନାୟକଙ୍କ ଫଟୋ ଦିଆଯାଇ କେଉଁ ପ୍ରଚାର ସରକାର ବା ବିଜେଡି ତରଫରୁ ଯେଉଁ ପ୍ରଚାର ହେଉଛି , ଏହା ଦ୍ବାରା ପ୍ରଭାବିତ ନହେବା ପାଇଁ ମୋ ଦଳ ତରଫରୁ ଓଡିଶାବାସୀଙ୍କୁ ନିବେଦନ କରାଯାଇଛି ।