News & Article

ଯୁବ ସମାଜସେବୀ ଆଶାୟୀ ପ୍ରାର୍ଥୀ ଭାବେ କଲେ ପ୍ରାର୍ଥୀପତ୍ର ଦାଖଲ

Rayagada Block News

  • ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସରଗରମ ଅତିମାତ୍ରାରେ ଦେଖିବାକୁ ମିଳିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳଚଞ୍ଚଳ ହୋଇ ଉଠିଛି ରାୟଗଡ଼ ବ୍ଲକ। କାରଣ ନିର୍ବାଚନ ଆୟୋଗଙ୍କ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ବହୁ ଆଶାୟୀ ପ୍ରାର୍ଥୀମାନେ ନିଜନିଜ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିବାରେ ବ୍ୟସ୍ତ। ତେବେ ସେହିଭଳି ସମାନ ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ ବ୍ଲକରେ। କୋଭିଦ କଟକଣାକୁ ଦୃଷ୍ଟିରେ ରଖି ଯୁବ ସମାଜସେବୀ ଶ୍ରୀ ଆମୋଦ କୁମାର ବର୍ଦ୍ଧନ ନିଜର ବହୁ ସମର୍ଥକଙ୍କ ସହ ଆସି କୁମୂଳସିଂ ଗ୍ରାମପଞ୍ଚାୟତର ସମିତି ସଭ୍ୟ ଆଶାୟୀ ପ୍ରାର୍ଥୀ ଭାବେ ରାୟଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
  • ଶ୍ରୀ ଆମୋଦ କୁମାର ବର୍ଦ୍ଧନ ଗତ କିଛି ବର୍ଷ ହେଲା ଗଜପତିରେ ବହୁ ଅଞ୍ଚଳରେ ସମାଜସେବା ଓ ଜନମଙ୍ଗଳ  କାର୍ଯ୍ୟ ଗୁଡ଼ିକ କରି ଆସୁଥିବା ହେତୁ, କୁମୁଳସିଂ ଅଞ୍ଚଳର ନିରୀହ ଜନତା ସରକାରଙ୍କ ଦ୍ଵାରା କରାଯାଇଥିବା ଯୋଜନା ଗୁଡ଼ିକରୁ ସମ୍ପୂର୍ଣ ରୂପେ ବଞ୍ଚିତ ହୋଇ ଦୁର୍ନୀତିର ଶିକାର ହୋଇଛନ୍ତି ତାକୁ ନିଜେ ହୃଦୟଙ୍ଗମ କରିଛନ୍ତି। ଏବଂ ସରକାରଙ୍କ ପ୍ରତିଟି ଯୋଜନ କିଭଳି ଭାବେ ସିଧାସଳଖ କୁମୁଲସିଂବାସୀ ପାଇପାରିବେ ଓ ଦୁର୍ନୀତି ରୁ ରକ୍ଷା ପାଇବେ ଏହି ବିଷୟକୁ ଦୃଷ୍ଟିରେ ରଖି ଶ୍ରୀ ବର୍ଦ୍ଧନ ସମିତି ସଭ୍ୟ ଆଶାୟୀ ପ୍ରାର୍ଥୀ ଭାବେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶ୍ରୀ ଆମୋଦ କୁମାର ବର୍ଦ୍ଧନଙ୍କ ପ୍ରାର୍ଥୀପତ୍ର ଦାଖଲ କୁ କୁମୁଲାସିଂ ଅଞ୍ଚଳର ଜନସାଧାରଣ ଓ ବହୁ ଯୁବାଗୋଷ୍ଠୀ ଶତପ୍ରତିଶତ ସମର୍ଥନ ଦେଆଉଥିବ ସେମାନେ ତାଙ୍କ ମତ ବ୍ୟକ୍ତ କରିଛନ୍ତି,ମଧ୍ୟ ଆଗାମୀଦିନରେ ଶ୍ରୀ ବର୍ଦ୍ଧନ ସମିତି ସଭ୍ୟ ଭାବେ ନିର୍ବାଚିତ ହେଲେ ତାଙ୍କ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ହେବା ନେ଼ଇ ସମ୍ପୂର୍ଣ ଆଶା ପ୍ରକଟ କରିଛନ୍ତି

 

Related Articles

Leave a Reply

Your email address will not be published. Required fields are marked *

Back to top button