Local
Trending

ରଥଯାତ୍ରା ବୁଲି ଦେଖିଲେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ

ନୂତନ ଭାବେ ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ

ରଥଯାତ୍ରା ବୁଲି ଦେଖିଲେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ

ପାରଳାଖେମୁଣ୍ଡି ତା: 26-06-2023

ନୂତନ ଭାବେ ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ଗତକାଲି ରଥଯାତ୍ରା ବୁଲିବା ପାଇଁ ଯାଇଥିଲେ। ଶିଶୁମାନେ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିଥିଲେ ଏବଂ ପରେ ପ୍ରଶାସନ ଦ୍ବାରା ଆୟୋଜନ କରାଯାଇଥିବା ଜଗନ୍ନାଥଙ୍କର ଆଡ଼ପ ଘର ପ୍ରସାଦ ସେବନ କରିଥିଲେ।

ଏହାପରେ ଦୁଇଟି ଅନୁଷ୍ଠାନ ଯଥା ଶ୍ରୀ ଜଗନ୍ନାଥ ନିକେତନ, ଆର୍. ସୀତାପୁର ଏବଂ ପ୍ରାଉଡ଼, ବି.ସୀତାପୁର ର 60 ଜଣ ମାତୃପିତୃହୀନ ଶିଶୁ ରଥଯାତ୍ରା ରେ ଲାଗିଥିବା ମୀନାବଜାର ବୁଲି ଦେଖିବା ସହିତ ଦୋଳିରେ ବସି ବେଶ୍ ମଜା ନେଇଥିଲେ। ରଥଯାତ୍ରା ଏବଂ ମୀନାବଜା ର ବୁଲି ଦେଖିବା ବେଳେ ଶିଶୁମାନେ ବେଶ୍ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମଚାରୀ ଏବଂ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତା ପରିଚାଳନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button