Local
Trending
ସ୍ବର୍ଗତ ସୁଶାନ୍ତ କୁମାର ନାୟକଙ୍କ ର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ପରିବାର ସହିତ ଗଜପତି ଫାର୍ମା ଜୋନ ଏବଂ ଏସ ଏଲ୍ ମେଡ଼ିକାଲ ଷ୍ଟୋର ର ସମସ୍ତ କର୍ମଚାରୀ ମାନେ ଉପସ୍ତିତ ଥିଲେ।

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ ଗ୍ରାମ ପଞ୍ଚୟତର ପୂର୍ବତନ ଗ୍ରାମ ରୋଜଗାର ସେବକ ସ୍ବର୍ଗତ ସୁଶାନ୍ତ କୁମାର ନାୟକଙ୍କ ର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି।
ମୋହନା ବ୍ଲକ ଅନ୍ତର୍ଗତ ତାଙ୍କ ନିଜସ୍ଵ ଗ୍ରାମ ନାରିଙ୍ଗି ଠାରେ ପରିବାର ବର୍ଗ ଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।
ପରିବାର ବର୍ଗ ସହ ଗ୍ରାମ ବାସୀ ଉପସ୍ତିତ ରହି ପ୍ରଥମେ ତାଙ୍କ ଫୋଟ ରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ଶେଷରେ ପରିବାର ବର୍ଗ ଙ୍କ ତରଫରୁ ସ୍ବର୍ଗତ ଶ୍ରୀ ନାୟକ ଙ୍କ ସ୍ମୁତି ଉଦ୍ଧେଶ୍ୟରେ ଗ୍ରାମ ରେ ଥିବା କିଛି ପରିବାର ବର୍ଗ ଙ୍କୁ ଏବଂ ସାଙ୍ଗ ସାଥି ବନ୍ଧୁ ମାନଙ୍କ ସହିତ କିଛି ନିରିହ ବିଧବା ମାଁ ମାନଙ୍କୁ ପୋଷାକ ବୋଣ୍ଟନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ପରିବାର ସହିତ ଗଜପତି ଫାର୍ମା ଜୋନ ଏବଂ ଏସ ଏଲ୍ ମେଡ଼ିକାଲ ଷ୍ଟୋର ର ସମସ୍ତ କର୍ମଚାରୀ ମାନେ ଉପସ୍ତିତ ଥିଲେ।