News & Article

11KV Electrical wire on the Roof Top, Three Dead with Electrocute

11KV Electrical wire on the Roof Top, Three Dead with Electrocute ପାରଳାଖେମୁଣ୍ଡି ସ୍ଥିତ ରାମନଗରର ୧ ନମ୍ବର ୱାର୍ଡରେ ଦିର୍ଘ ୨୫ ବର୍ଷ ଧରି ବିଦ୍ୟୁତ ଖୁଣ୍ଟର ସମସ୍ଯା

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ରାମନଗରର ୧ ନମ୍ବର ୱାର୍ଡରେ ଦିର୍ଘ ୨୫ ବର୍ଷ ଧରି ବିଦ୍ୟୁତ ଖୁଣ୍ଟର ସମସ୍ଯା ଦେଖିବାକୁ ମିଳିଛି । ବିଶେଷ କରି ୧୧ କେ.ବି. ବିଦ୍ୟୁତ ଲାଇନ ଉକ୍ତ ୱାର୍ଡର ପ୍ରତ୍ଯେକ ଘର ଛାତ ଉପର ଦେଇ ଯାଇଥିବାରୁ ସାହିର ଲୋକେ ନିଜ ନିଜ ଛାତ ଉପରକୁ ଯିବାକୁ ଭୟଭୀତ ହେଉଛନ୍ତି । ପୂର୍ବରୁ ଦୁଇରୁ ତିନିଜଣ ବିଦ୍ୟୁତ ସଂଷ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ବେଳେ କିଛି ନିରିହ ପଶୁପକ୍ଷୀଗୁଡିକର ପ୍ରାଣ ମଧ୍ଯ ଚାଲିଥିବା କହିଛନ୍ତି ଉକ୍ତ ୱାର୍ଡବାସୀ । ଦିର୍ଘବର୍ଷ ଧରି ଛାତ ଉପର ଦେଇ ୧୧ କେ.ବି. ବିଦ୍ୟୁତ ତାର ଯାଇଥିବା ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉକ୍ତ ସାହିର ଲୋକେ । ଅନେକ ଥର ଜିଲାପାଳଙ୍କୁ ଲିଖିତ ଅନୁରୋଧ କରିବା ସତ୍ତ୍ବେ ମଧ୍ଯ ପ୍ରଶାସନ ପକ୍ଷରୁ ଆଜି ଯାଏଁ କୌଣସିପ୍ରକାର ପଦକ୍ଷେପ ନିଆଯାଉନାହିଁ । ଏ ବାବଦରେ ପୂର୍ବରୁ ସାଉଥ୍ କୋ ନିର୍ବାହି ଯନ୍ତ୍ରୀଙ୍କ ସହ ମଧ୍ଯ ଆଲୋଚନା କରାଯାଇଥିଲା କିନ୍ତୁ କୌଣସି ପ୍ରତିକ୍ରିୟା ଦେଖା ଦେଇନି ।

ଏପଟେ ଲୋକେ ନୂତନ ଗୃହ ନିର୍ମାଣ କଲେ ସୁଧା ଗୃହରେ ବିଦ୍ୟୁତ ସଂଯୋଗ ହୋଇ ପାରୁନି । ଲୋକେ ଧାର କରଜ କରି ଋଣଗ୍ରସ୍ତ ହୋଇ ନୂତନ ଗୃହ ନିର୍ମାଣ କରିବା ଲାଭ ଦାୟକ ହୋଇପାରୁନି ।

ଅନ୍ୟପଟେ ଉକ୍ତ ୱାର୍ଡରେ ଥବା ଜମିର ମାଲିକ ଏହି ବିଦ୍ୟୁତ ତାର ଗୁଡିକ ଖୁବଶୀଘ୍ର ହଟାଇ ଦିଆଯିବ ବୋଲି କହିବା ସହ ଅନେକ ପ୍ରଲୋଭନ ଦେଖାଇ ବିକ୍ରି କରିଥିବା ନେଇ କହିଛନ୍ତି ୱାର୍ଡବାସି ।

ତେବେ ଏନେଇ ଜିଲ୍ଲା ପ୍ରଶାସନ ଉକ୍ତ ୱାର୍ଡର ବିଦ୍ୟୁତ୍ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ୱାର୍ଡବାସି ।

Related Articles

Leave a Reply

Your email address will not be published. Required fields are marked *

Back to top button