2024ରେ ବିଜେଡି କ୍ଷମତାକୁ ଆସିଲେ, ଓଡ଼ିଶାର ସମସ୍ତ ପ୍ରାକୃତିକ ସମ୍ପଦ , ଜମି, ଖଣି, ଜଙ୍ଗଲ, ଜଳ ସବୁ ଯିବ କର୍ପୋରେଟ ହାତକୁ
ଓଡ଼ିଶାବାସୀ ହୁସିଆର ହୁଅ। ବିଜେପି ଓ କଂଗ୍ରେସ ଦଳ ମଧ୍ୟ ସେହି ରାସ୍ତାରେ ।
କିଛି ଦିନ ତଳେ ରାଜ୍ୟ କ୍ୟାବିନେଟ ଆଦିବାସୀଙ୍କ ଜମି ଅଣ ଆଦିବାସୀଙ୍କୁ ବିକ୍ରି ପାଇଁ ଥିବା ଆଇନଗତ ପ୍ରତିବନ୍ଧକ କୁ ହଟେଇ ଦେଇଛି ।
ଏହାଦ୍ବାରା ଆଦିବାସୀଙ୍କ ଜମି ହାତେଇବା ପାଇଁ ଏହା ଏକ ସୁନ୍ଦର ପରିକଳ୍ପନା । ଆଦିବାସୀଙ୍କ ଜମି ଆସ୍ତେ ଆସ୍ତେ ଅଣ ଆଦିବାସୀଙ୍କ ହାତକୁ ଚାଲିଯିବ ।
ସେହିପରି ଗତ ମେ ମାସରେ ସୁପ୍ରିମ କୋର୍ଟ ବେଦାନ୍ତ ବିଶ୍ଵ ବିଦ୍ୟାଳୟ ପାଇଁ ପୁରୀ ଜିଲ୍ଲାରେ ହୋଇଥିବା 10,000ଏକର ଅଧିଗୃହୀତ ଜମି ବେଆଇନ ଓ ରାଜ୍ୟ ସରକାର ତୁରନ୍ତ ଉକ୍ତ ଜମି କ୍ଷତିଗ୍ରସ୍ତ ଚାଷୀଙ୍କୁ ଫେରାଇବାକୁ ନିର୍ଦ୍ଧେଶ ଦେଇଥିଲେ ।
କିନ୍ତୁ ଆଶ୍ଚର୍ୟ୍ଯ ଜନକ ଭାବେ ରାଜ୍ୟ ସରକାର ନୀରବ ରହୁଛନ୍ତି । ବିଜେପି ଓ କଂଗ୍ରେସ ଦଳ ମଧ୍ୟ ନୀରବ ରହୁଛନ୍ତି ।
ଏହି ତିନୋଟି ପ୍ରମୁଖ ଦଳ ବେଦାନ୍ତ କମ୍ପାନୀର ଦଲାଲ ।
ଓଡ଼ିଶାର ସମ୍ପଦକୁ କର୍ପୋରେଟ ଲୁଟ ପାଇଁ ଟେକି ଦେବାକୁ ଏହି ଦଳ ମାନେ ପ୍ରତିଜ୍ଞାବଦ୍ଧ ।
ଇତିମଧ୍ୟରେ ମୋ ଦଳ ତରଫରୁ ଗତ ଅକ୍ଟୋବର 17ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିରୁଦ୍ଧରେ FIR କ୍ୟାପିଟାଲ ଥାନାରେ ହୋଇଛି କିନ୍ତୁ ପଞ୍ଜୀକୃତ ହୋଇ ନାହିଁ ।
ପଞ୍ଜୀକୃତ ପାଇଁ ନିର୍ଦ୍ଧେଶ ଦେବାକୁ DCPଙ୍କୁ ମୋ ଦଳ ତରଫରୁ ସ୍ମାରକପତ୍ର ଦିଆଯାଇଛି ।
ତେଣୁ ବିଜେଡି କ୍ଷମତାକୁ ଆସିଲେ 2024ରୁ କର୍ପୋରେଟ ଲୁଟ ଆହୁରି ଭୟଙ୍କର ହେବ । ଏହାର ଆଭାସ କାଶିପୁର ରୁ ମିଳିସାରିଛି । ବେଦାନ୍ତ ବିରୁଦ୍ଧରେ ଲଢ଼ୁଥିବା ଆଦିବାସୀଙ୍କ ବିରୁଦ୍ଧରେ ପ୍ରଶାସନିକ ନିର୍ଯ୍ୟାତନା ଆରମ୍ଭ ହୋଇଛି ।
କୋରାପୁଟ ଜିଲ୍ଲାର ତିନୋଟି ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ି ଦଳର ର ନେତାମାନେ ପ୍ରେସ ମିଟ କରି ବେଦାନ୍ତ କୁ ତୁରନ୍ତ ସିଯିମାଲି ଖଣି ଦେବାକୁ ଦାବି କରିଛନ୍ତି । ତେଣୁ ଏହି ତିନୋଟି ଦଳ କ୍ଷମତା କୁ ଆସିଲେ , ରାଜ୍ୟରେ ଚାଲିଥିବା ଭୟଙ୍କର ଲୁଟ ଆହୁରି ଭୟଙ୍କର ହେବ । ଓଡ଼ିଶାବାସୀ ସାବଧାନ ।