LocalNews & Article
Trending

ଗଜପତି ରେ ଧୁମ୍ ଧାମରେ ପାଳନ ହେଲା ବଡ଼ ଦିନ।

ବଡ଼ଦିନ ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଠାରୁ ସହର। ବିଶେଷ କରି ଗଜପତି ଜିଲ୍ଲାରେ ୩୦ ପ୍ରତିଶତରୁ ଅଧିକ ଖ୍ରୀଷ୍ଟଧର୍ମର ଲୋକେ ବସବାସ କରୁଥିବା ବେଳେ ଏହା ଜିଲ୍ଲାର ଅନ୍ୟତମ ବଡ଼ପର୍ବ ଭାବେ ପାଳିତ ହେଉଛି। ବଡ଼ଦିନ ନିମନ୍ତେ ଗାଁ ଗହଳରେ ଥିବା ସମସ୍ତ ଚର୍ଚ୍ଚଗୁଡିକୁ ଆଲୋକମାଳାରେ ସଜ୍ଜିତ କରିଛନ୍ତି। ଏହି ଅବସରରେ ଆଜି ସହର ସମସ୍ତ ଦୋକାନ ଓ ବଜାର ଗୁଡିକରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ଜମି ରହିଥିବା ଦେଖିବାକୁ ମିଳିଛି

Christmas Celebration in Baptist Church, Paralakhemundi

ଗଜପତି ଜିଲ୍ଲା ତଥା ପାରଳା ସହର କଲେଜ ରାସ୍ତାରେ ଥିବା ସେଣ୍ଟନାରୀ ବାପ୍‌ଟିଷ୍ଟ ଚର୍ଚ୍ଚ ମଧ୍ୟ ରଙ୍ଗବେରଙ୍ଗର ଆଲୋକମାଳରେ ସଜ୍ଜିତ ହୋଇଛି। ଏହି ଚର୍ଚ୍ଚଟି ଅତ୍ୟନ୍ତ ପୁରୁଣା ଚର୍ଚ୍ଚ ହୋଇଥିବା ବେଳେ ସହରର ସମସ୍ତ ଖ୍ରୀଷ୍ଟଧର୍ମାଲମ୍ବୀଙ୍କ ଭିଡ଼ ଜମିଛି । ବଡ଼ଦିନ ପାଳନ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ସଭାପତି ଦାୟିତ୍ବରେ ଥିବା ଡ.ପ୍ରଦୀପ କୁମାର କହିଛନ୍ତି। ଅନ୍ୟ ବ୍ୟକ୍ତି ବିଶେଷ ମାନେ ବି ନିଜର ମତ ଦେଇ କହିଛନ୍ତି କରୋନା ଯୋଗୁଁ ଗତ ଦୁଇ ତିନି ବର୍ଷ ହେଲା ଠିକ ଭାବେ ବଡଦିନ ପାଳନ କରିପାରିନଥିଲୁ I ଏହି ବର୍ଷ ପ୍ରଭୁଙ୍କର ଆଶୀର୍ବାଦ ରୁ ଆମେ ଧୂମଧାମରେ ପାଳନ କରୁଛୁ I ଆମେ ପ୍ରାଥନା କରୁଛୁ କି ସବୁ ବର୍ଷ ବଡଦିନ ଧୂମଧାମରେ ପାଳନ ହେଉ ଏବଂ ଏହି ମହାମାରୀ ଠାରୁ ଆମ ଦେଶ ଓ ରାଜ୍ୟ କୁ ପ୍ରଭୁ ଦୁରେଇ ରଖନ୍ତୁ I

 

Related Articles

Leave a Reply

Your email address will not be published. Required fields are marked *

Back to top button