News & Article

Biju Swasthya Kalyan Jojana Awareness Rath Inaugurated by Collector Lingraj Panda

ଗଜପତି: ଜିଲ୍ଲାରେ ଗଡ଼ିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଚେତନ ରଥ। ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ଗାଁ ଗାଁ ବୁଲି ସ୍ବାସ୍ଥ୍ୟ ସେବା ସମ୍ବନ୍ଧୀୟ ସଚେତନ କରିବ ଏହି ରଥ। ପାରଳାଖେମୁଣ୍ଡି ରାଜପ୍ରସାଦ ସମ୍ମୁଖରେ ୧୦ଗୋଟି ସଚେତନ ରଥ ଜିଲ୍ଲାର ୭ ଟି ବ୍ଲକ ଓ ପୈାର ପରିଷଦ ଓ ଏନ୍ ଏସି ଅଞ୍ଚଳର ସମସ୍ତ ଗ୍ରାମ ପରିକ୍ରମା କରିବ। ଦେଶରେ ପ୍ରଥମଥର ରାଜ୍ୟ ସରକାରଙ୍କ ଏକ ଆଦର୍ଶ ସ୍ବାସ୍ଥ୍ୟ ସେବା ଯୋଜନା ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିରେ ଜିଲ୍ଲାର ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଉପକୃତ ହେବେ। ଅକ୍ଟୋବର ମାସ ସୁଦ୍ଧା ସମସ୍ତ ଲୋକଙ୍କୁ କାର୍ଡ ଯୋଗାଇ ଦିଆଯିବ। ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ପୁରୁଷଙ୍କ ନିମନ୍ତେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ବ୍ୟବସ୍ଥା ରହିଛି। ଜିଲ୍ଲାରେ ୪ଟି ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଖପାଖ ଆନ୍ଧ୍ର ଓ ଓଡ଼ିଶାର ବହୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ସେବା ଉପଲବ୍ଧ ହେବା ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

Related Articles

Leave a Reply

Your email address will not be published. Required fields are marked *

Back to top button