BJP Protested against Irregularities in the Housing Scheme ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ୱରେ ରାଜ୍ୟପାଳ ଉଦ୍ଦେଶ୍ୟରେ ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଲେଖାଶ୍ରୀ ସାମନ୍ତରାୟ, ରାଜ୍ୟ ମହିଳା ସମ୍ପାଦିକା ବବିତା ପାତ୍ର ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଅନୁଦାନ ସମ୍ପର୍କରେ ଉପସ୍ଥାପନ କରିଥିବା ବେଳେ ଉପଯୁକ୍ତ ଭାବେ ଅନୁଦାନ ଉପଯୋଗ ହୋଇପାରୁନାହିଁ । ଏକ୍ଷେତ୍ରରେ ତଳ ସ୍ତରରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ପୂର୍ବରୁ ଏନେଇ ବିଭିନ୍ନ ସ୍ତରରେ ଅଭିଯୋଗ କରିଆସୁଛି ବିଜେପି। ତେବେ ଆଜି ଜିଲ୍ଲା ସ୍ତରୀୟ ବିଜେପି କର୍ମୀଙ୍କ ସହ ବ୍ଲକର ବହୁ କର୍ମୀ ଯୋଗ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଛି ବିଜେପିର ଏହି ଦଳ।