Local

Declaration of Chief Minister sanctioning Rs.289 crore COVID package to boost MSMEs is far from truth

ମୁଖ୍ୟମନ୍ତ୍ରୀ ଙ୍କ ଅନ୍ୟ ଏକ ମିଛ ପ୍ରଚାର ଧରାପଡ଼ିଲା।
ଡିସେମ୍ବର ,2020 ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ MSME Sector (କ୍ଷୁଦ୍ର ଶିଳ୍ପ, ମଧ୍ୟମ ଶିଳ୍ପ ଇତ୍ୟାଦି ) କୁ ଆର୍ଥିକ ସହାୟତା ଦେବା ପାଇଁ 289 କୋଟି ଟଙ୍କାର କୋଭିଡ ପ୍ୟାକେଜ ଅନୁମୋଦନ ଦେଇଥିଲେ ବୋଲି ଖବର କାଗଜରେ ବାହାରି ଥିଲା ଓ ମୁଖ୍ୟମନ୍ତ୍ରୀ ଙ୍କ ଫଟୋ ଦେଇ ବ୍ୟାପକ ପ୍ରଚାର କରାଯାଇଥିଲା । ସମସ୍ତ ତଥ୍ୟ ଏହି ଲିଙ୍କରେ ଅଛି ।

https://odishasoochana.blogspot.com/2021/06/declaration-of-chief-minister.html

ଏହି ପ୍ରଚାରର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନା ଆଇନରେ MSME ବିଭାଗକୁ RTI ରେ ତଥ୍ୟ ମଗାଯାଇଥିଲା ।RTI Application କୁ Director of Industries କାର୍ଯ୍ୟାଳୟ କୁ ପଠାଇ ଦିଆଯାଇଥିଲା । 24.6.21 ରେ PIO ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ଜଣା ପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ 289 କୋଟି ଟଙ୍କାର କୋଭିଡ ପ୍ୟାକେଜ ଆଦୋୖ ଅନୁମୋଦନ କରିନାହାନ୍ତି ।ମାତ୍ର 62 କୋଟି ଟଙ୍କା 417 enterprise unit ଓ 3577 Entrepreneur ଙ୍କୁ ଆବଣ୍ଟନ କରାଯାଇଛି । ଏଥିରୁ 32 କୋଟି ହେଉଛି କେନ୍ଦ୍ର ସରକାରଙ୍କର ବା କେନ୍ଦ୍ରୀୟ ଯୋଜନା ( Prime Minister’s Employment Guarantee Program me and PMFME) ରେ ପ୍ରଦତ୍ତ ଅର୍ଥ ।

ଏହା ବାଦ ଆଉ କିଛି ଅର୍ଥ ଖର୍ଚ୍ଚ ହୋଇନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button