*ଜିଲ୍ଲାସ୍ତରୀୟ ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ- ୨୦୨୩ ନେଇ ବୈଠକ*
ଗଜପତି ଜିଲ୍ଲା ସ୍ତରୀୟ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ନେଇ ବୈଠକ ଆଜି ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l
*ଜିଲ୍ଲାସ୍ତରୀୟ ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ- ୨୦୨୩ ନେଇ ବୈଠକ*
ପାରଳାଖେମୁଣ୍ଡି, ତା.୦୫-୦୧-୨୦୨୩
ଗଜପତି ଜିଲ୍ଲା ସ୍ତରୀୟ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ନେଇ ବୈଠକ ଆଜି ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l
ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା- ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଉପସ୍ଥିତ ଥିଲେ । ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଚଳିତ ବର୍ଷ ତା-୦୯-୧୧-୨୦୨୨ ରିଖଠାରୁ ତା -୦୮.୧୨.୨୦୨୨ ରିଖ ପଯ୍ୟନ୍ତ ଚାଲୁ ରହିଥିଲା। ଚୁଡାନ୍ତ ଚିଠା ଭୋଟର ତାଲିକା ପ୍ରକାଶନ ଅଦ୍ୟ ତା-୫.୦୧.୨୦୨୩ ରିଖ ଦିନ ଜିଲ୍ଲାର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର ତଥା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟଳୟ,ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ, ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଅଛି । ଚଳିତ ଭୋଟର ତାଲିକାରେ ଜିଲ୍ଲାର ସମୁଦାୟ ଭୋଟର ସଂଖ୍ୟା-୪୩୭୩୧୯, ପୁରୁଷ ଭୋଟର ସଂଖ୍ୟା-୨୧୪୫୨୨, ମହିଳା ଭୋଟର ସଂଖ୍ୟା -୨୨୨୭୭୬ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା -୨୧ ରହିଛନ୍ତି। ସେହିପରି ୧୩୬ – ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା-୨୨୮୮୪୬, ପୁରୁଷ ଭୋଟର ସଂଖ୍ୟା-୧୧୧୫୬୯, ମହିଳା ଭୋଟର ସଂଖ୍ୟା-୧୧୭୨୭୪ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା-୩ ରହିଛନ୍ତି। ସେହିପରି ୧୩୭- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨୦୮୪୭୩, ପୁରୁଷ ଭୋଟର ସଂଖ୍ୟା ୧୦୨୯୫୩, ମହିଳା ଭୋଟର ସଂଖ୍ୟା ୧୦୫୫୦୨ ଓ ତୃତୀୟ ଲିଙ୍ଗ ୧୮ ରହିଛନ୍ତି।
ଏହି ବୈଠକରେ ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ ଓ ସଂଶୋଧିତ ରୂପାନ୍ତରିତ ପଞ୍ଜିକରଣ ଫର୍ମ ଆଦି ବ୍ୟବସ୍ଥା ସମ୍ବଦ୍ଧରେ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତା ମାନଙ୍କୁ ଜିଲ୍ଲାପାଳ ଅବଗତ କରାଇଥିଲେ l
ଚଳିତ ବର୍ଷ ଠାରୁ ଭୋଟର ମାନେ ୪ ଗୋଟି ଯୋଗ୍ୟ ତାରିଖକୁ ଭିତ୍ତିକରି ନିଜ ନାମକୁ ଭୋଟର ତାଲିକାରେ ପଞ୍ଜିକରଣ କରିବା ପାଇଁ ଆଗୁଆ ଆବେଦନ କରିପାରିବେ। ୪ଗୋଟି ଯୋଗ୍ୟ ତାରିଖ ହେଲା ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୦୧ – ୨୦୨୩ରିଖ ବେଳକୁ ଯେଉଁ ନାଗରିକଙ୍କ ବୟସ ୧୭ ବର୍ଷରୁ ଉର୍ଦ୍ଧ ହେଉଥିବ ସେମାନେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମରେ ନିଜର ନାମକୁ ନୂତନ ଭାବରେ ଫର୍ମ -୬ ଯୋଗକରିବା, ଫର୍ମ -୭ ରେ ନାମକୁ ବାଦକରିବା, ଫର୍ମ -୮ ରେ ଭୋଟର ତାଲିକାରେ ନିଜର ତଥ୍ୟରୁ ସଂଶୋଧନ ଏବଂ ନିଜର ସ୍ଥାନକୁ ପରିବର୍ତ୍ତନ କରିବା ଓ ଫର୍ମ-୬ (ଖ)ରେ ନିଜର ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ କରିପାରିବେ । ଯୋଗ୍ୟ ବିବେଚିତ ଭୋଟର ମାନେ ଅନ୍ ଲାଇନ୍ ମାଧ୍ୟମରେ ଭୋଟର ହେଲ୍ପ ଲାଇନ ଆପ www.nvsp./voterportal.eci.gov.in କିମ୍ବା ଭୋଟର ହେଲ୍ପ ଲାଇନ ଅପ୍ ବ୍ୟବହାର କରନ୍ତୁ ଏବଂ ବୁଥ ସ୍ତରୀୟ ଅଧିକାରୀଙ୍କ ଠାରେ ଗରୁଡ଼ ଅପ୍ ମାଧ୍ୟମରେ ପର୍ମ -୬,୭,୮ ଓ ୬ଖ ରେ ଆବେଦନ କରିପାରିବେ। ଜିଲ୍ଲାରେ ଥିବା ସମସ୍ତ ସ୍ଵୀକୃତି ପ୍ରାପ୍ତ ରାଜନୈତିକ ଦଳକୁ ଅନୁରୋଧ କରାଯାଉଅଛି ଯେ ସେମାନେ ନିଜ ନିଜ ବୁଥ ସ୍ତରୀୟ ଅଜେଣ୍ଟ ମାନଙ୍କୁ ସମସ୍ତ ୫୭୩ ବୁଥ ରେ ନିୟୋଜିତ କରି ସହଯୋଗ କରାନ୍ତୁ ବୋଲି ଜିଲ୍ଲାପାଳ କହିଥିଲେ। ପ୍ରକାଶିତ ଭୋଟର ତାଲିକାରେ ନୂତନ ଭାବରେ ୫୨୬୬ ଜଣ ଭୋଟର ତାଲିକାରେ ପଞ୍ଜିକରଣ କରିଛନ୍ତି । ନୂତନ ଭାବରେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିବା (୧୮-୧୯) ବର୍ଗର ଯୁବ ଭୋଟର ସଂଖ୍ୟା ୨୦୨୭, ଏଥି ମଧ୍ୟରୁ ୧୩୬-ମୋହନା ନିର୍ବାଚନ ମଣ୍ଡଳୀରେ ୧୧୩୩ ଜଣ ଏବଂ ୧୩୭- ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୮୯୪ ରହିଛନ୍ତି। ୧୭ ବର୍ଷରୁ ଉର୍ଦ୍ଧ୍ବ ବୟସର ୯୫୪ ଜଣ ନିଜର ନାମକୁ ଭୋଟର ତାଲିକାରେ ଯୋଗ କରିବା ପାଇଁ ଆଗୁଆ ଆବେଦନ ପତ୍ର ଦାଖଲ କରିଛନ୍ତି। ୧୦୭ ଜଣ ଭୋଟରଙ୍କ ନାମ ବିଭିନ୍ନ କାରଣରୁ ଭୋଟର ତାଲିକାରୁ ବାଦ କରାଯାଇଛି। ୨୩୩୩ ଜଣ ଭୋଟରଙ୍କ ଭୋଟର ତାଲିକାରେ ଥିବା ବିଭିନ୍ନ ତୃଟିକୁ ସଂଶୋଧନ କରାଯାଇଛି।
ସେହିପରି ଭରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ୧୩୬- ମୋହନା (ସଂରକ୍ଷିତ) ନିର୍ବାଚନ ମଣ୍ଡଳୀରେ ଥିବା ୨୯୭ ବୁଥ ମଧ୍ୟରୁ ୨୩୯ ବୁଥ ଏବଂ ୧୩୭ – ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଥିବା ୨୭୬ ବୁଥ ମଧ୍ୟରୁ ୧୮୯ ବୁଥ ର (ମୋଟ -୪୨୮) ଭୋଟ ଗ୍ରହଣ କେନ୍ଦ୍ରର ନାମକୁ ପରିବର୍ତ୍ତନ କରାଯାଇଛି। ସମସ୍ତ ସ୍ଵୀକୃତି ପ୍ରାପ୍ତ ରାଜନୈତିକ ଦଳ ମାନଙ୍କୁ ଅନୁରୋଧ କରାଯାଉଅଛି କି ଯୁବ ବର୍ଗର ଥିବା ୧୮-୧୯ ବର୍ଷର ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ଯୋଗ କରିବା ପାଇଁ ପ୍ରାଧାନ୍ୟ ଦେବା ପାଇଁ ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଥିଲେ l
ଆଜିର ଏହି ବୈଠକରେ ଡେପୁଟି କଲେକ୍ଟର (ନିର୍ବାଚନ ଶାଖା) ଶ୍ରୀ ନଟବର ଗରଡ଼ାଙ୍କ ସହ ବୈଠକରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ତଥା ବିଜେଡିରୁ ଶ୍ରୀ ପ୍ରଦୀପ ନାୟକ, ଭାରତୀୟ ଜନତା ପାର୍ଟରୁ ଶ୍ରୀ କେ.ଶିବ କୁମାର, କମ୍ୟୁନିଷ୍ଟ ପାର୍ଟିରୁ ଶ୍ରୀ ଜି.ସୁରେଶ ଚନ୍ଦ୍ର ରାଓ , ଭାରତୀୟ ଜାତୀୟ କଂଗ୍ରେସରୁ ଶ୍ରୀ ଇଶ୍ଵର ଚନ୍ଦ୍ର ମାଝୀ ଓ ସମସ୍ତ ସାମ୍ବାଦିକ ,ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l