Farmers Ploughing the land by carring the yoke on their Shoulder କାନ୍ଧରେ ଯୁଆଳି ବହନ କରି ଚାଷୀଙ୍କ ଦ୍ବାରା ଜମି ଚାଷ || Globaltvlive24×7 Globatvlive24×7 ଏଯାଏଁ ଥମିନି କୋରୋନାର ପ୍ରକୋପ । ଆସିପାରିନି ସ୍ଥିତିରେ ସୁଧାର । ସ୍ବାଭାବିକ ହୋଇପାରିନି ଜୀବନ ଜୀବିକା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଜାରି ରହିଛି ଲକଡାଉନ ଓ ସଟଡାଉନ । କଟକଣା ଯୋଗୁଁ ଅନେକ ଗରିବ ଚାଷୀ ଏବଂ ଦିନମଞ୍ଜୁରିଆଙ୍କ ଅର୍ଥିକ ଅବସ୍ଥା ଅତି ଦୟନୀୟ ହୋଇପଡିଛି । ଏପରି ସମୟରେ ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ କେ. ସୀତାପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । କାନ୍ଧରେ ଜୁଆଳି ଟାଣି ଚାଷ କରୁଛି ଚାଷୀ । ଦେଖିବା ଏହି ରିପୋର୍ଟରେ। ଚାଷକାର୍ଯ୍ଯ ହଳ ବଳଦ କିମ୍ବା ଟ୍ରାକ୍ଟର ଦ୍ବାରା ନୁହେଁ ନିଜ କାନ୍ଧ ଉପରେ ଭାର ଦେଇ ଚାଷ କରୁଛନ୍ତି ଚାଷୀ । ହଳ ବଳଦ କିମ୍ବା ଟ୍ରାକ୍ଟରର ଆବଶ୍ଯକତା ରହିଥିବା ବେଳେ ଆଜି ଅର୍ଥର ଅଭାବ ଯୋଗୁଁ ଏଭଳି ପରିସ୍ଥିତିର ସାମନା କରୁଛନ୍ତି ଚାଷୀ । ଅନ୍ୟପଟେ କୋରନା ଯୋଗୁଁ ଲକଡାଉନ ଓ ସଟଡାଉନ ଜାରି ରହିଥିବା ବେଳେ ଗରିବ ଦିନମଜୁରୀ କରି ପେଟ ପୋଷୁଥିବା ବ୍ଯକ୍ତି ଏବଂ ଚାଷୀମାନଙ୍କ ପାଇଁ ରୋଜଗାର ନାହିଁ । ଜୀବିକା ନିର୍ବାହରେ ଅର୍ଥ ସାଜିଛି ବାଧକ । ଏଠି ଚାଷୀ ଓ ମଜୁରୀଆ ଅନେକ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ଏପରିକି ଚାଷୀଙ୍କ ନିମନ୍ତେ ସରକାରଙ୍କ କ'ଣ ସବୁ ବ୍ୟବସ୍ଥା ରହିଛି, କେଉଁ କର୍ମଚାରୀ ତାଙ୍କୁ ଏହି ସୁବିଧା ଯୋଗାଇ ଦେବେ, ଏନେଇ ସଚେତନ ନଥିବା କହିଛନ୍ତି ଚାଷୀ ଭାଗ୍ୟରଥି ସାରଙ୍ଗ ଏବଂ ସୁବାଷ ଚନ୍ଦ୍ର କଲିଙ୍ଗା । କରୋନା ସଙ୍କଟ ସମୟରେ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡ଼ି ପଡିଛି। ତେବେ ବିକଳ୍ପ ନପାଇ ନିଜ କାନ୍ଧରେ ଜୁଆଳି ଟାଣି ଚାଷ କରୁଥିବା ହୃଦୟ ବିଦାରକ ଦୃଶ୍ୟ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।ଚାଷୀଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସହ ସହାୟତା ଉପଲବ୍ଧ ରହିଥିବା ବେଳେ ତଳସ୍ତରରେ ସମସ୍ୟାରେ ରହିଥିବା ଚାଷୀଙ୍କୁ ଚିହ୍ନଟ କରି ବିଭାଗୀୟ କର୍ମଚାରୀ ସେମାନଙ୍କ ସହ ଯୋଗାଯୋଗ କରୁନଥିବା ଅଭିଯୋଗ ହୋଇଛି। ଚାଷୀଙ୍କୁ ସଚେତନ କରିବା ଓ ସହାୟତା ଯୋଗାଇ ଦେବା ବିଷୟରେ ଏଭଳି ଅବହେଳାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ତୁରନ୍ତ ଉପଯୁକ୍ତ ସାହାଯ୍ଯ ସହଯୋଗ ଯୋଗାଇ ଦେବାକୁ ଦାବୀ କରିଛନ୍ତି ଚାଷୀ ।