News & Article

Gajapati Reserved Police Car Overturned , Police Personnel Injured

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନ ଅଞ୍ଚଳର ବିରିକୋଟ ଠାରେ ଘଟିଛି ଏକ ଦୁର୍ଘଟଣା ।ଏହି ଦୁର୍ଘଟଣା ଘଟିଛି ଏକ ପୋଲିସ ଏସ୍କର୍ଟ ଗାଡ଼ିର।ପ୍ରାଥମିକ ସୂଚନା ରୁ ଜଣା ପଡ଼ିଛି ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ଅବସରରେ ସୁରକ୍ଷା ନିମନ୍ତେ ପାରଳାଖେମୁଣ୍ଡି ପୋଲିସ ବିଭାଗର reserved batalion ର ଏକ ଟିମ୍ ଏସ୍କର୍ଟ ନିମନ୍ତେ ଅଡବା ଅଭିମୁଖେ ବାହାରି ଥିଲା ।କିନ୍ତୁ କୌଣସି କାରଣ ବଶତଃ ଏସ୍କର୍ଟ ଭ୍ୟାନ ଟି ଓଲଟି ପଡ଼ିବାରୁ ୭ ଜଣ ପୋଲିସ କର୍ମଚାରୀ ଗଭୀର ଆହତ ହୋଇଛନ୍ତି ।ଆହତ ପୋଲିସ କର୍ମଚାରୀମାନଙ୍କୁ ବିରିକୋଟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ପାରଳା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି। ଆହତ ପୋଲିସ କର୍ମଚାରୀ ମାନଙ୍କ ମଧ୍ୟରୁ ଡ଼୍ରାଇଭରଙ୍କ ହାତ ଭାଙ୍ଗିଯିବା ସୂଚନା ମିଳିଛି ଏବଂ ଜଣେ ମହିଳା ପୋଲିଙ୍କର ଆଖିରେ ଗଭୀର ଆଘାତ ଲାଗିଛି।

Related Articles

Leave a Reply

Your email address will not be published. Required fields are marked *

Back to top button