ଗଜପତି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ଜିଲ୍ଲାପାଳଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ କାର୍ଯ୍ୟାଳୟର ୪ନମ୍ବର ସଭା ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ସାମ୍ବାଦିକମାନଙ୍କ ସହ ଜିଲ୍ଲାର ପ୍ରମୁଖ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । କରୋନା ନିୟନ୍ତ୍ରଣ ପୂର୍ବଭଳି ଜାରି ରଖିବା ସହ ଆନ୍ଧ୍ର ଓଡ଼ିଶା ସୀମାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସହ ଜିଲ୍ଲାର ବହୁ ଅଞ୍ଚଳରେ ନେଟୱର୍କ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି । ଏଥିସହ ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟି ଗୋଚରକୁ ଆଣିବା ସହ ସମାଧାନ ପାଇଁ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ତେବେ ଭାଷାଭିତ୍ତିକ ପ୍ରଥମ ଓଡ଼ିଶା ରାଜ୍ୟ ଗଠନର ପୁରୋଧା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ମାଟିରେ ଲୋକଙ୍କ ସେବା କାର୍ଯ୍ୟ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ମତପୋଷଣ କରିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା।ବାଇଟ- ଲିଙ୍ଗରାଜ ପଣ୍ଡା ଜିଲ୍ଲାପାଳ ଗଜପତି।