News & Article

Nuagada Block of Gajapati District is deprived of Mobile Network from last 74 Years of Independence

Nuagada Block of Gajapati District is deprived of Mobile Network from last 74 Years of Independence ମୋବାଇଲ୍ ନେଟୱର୍କ ସୁବିଧାରୁ ବଞ୍ଚିତ ଗଜପତି ଜିଲ୍ଲାର ନୂଆଗଡ ବ୍ଲକବାସୀ

ସାରା ଦେଶ ବର୍ତ୍ତମାନ 4G ନେଟୱର୍କରେ ଚାଲୁଛି । କିଛିଦିନ ପରେ 5G ନେଟୱର୍କ ମଧ୍ଯ ଆସିଯିବ । ସ୍ୱାଧୀନତାର ୭୪ ବର୍ଷ ହେଲାଣି କିନ୍ତୁ 4G ନେଟୱର୍କ ତ ଦୂରର କଥା ଏଠି 2G ନେଟୱର୍କ ମଧ୍ଯ ନାହିଁ । ସେପଟେ କେନ୍ଦ୍ର ସରକାର ଭାରତକୁ ଡିଜିଟାଲ ଇଣ୍ଡିଆ ବୋଲି କହୁଥିବା ବେଳେ ଏଠି ନେଟୱର୍କର ନାଁ ଗନ୍ଧ ନାହିଁ । ନେଟୱର୍କ ନଥିବା ସକାଶୁ ବହୁ ସମସ୍ଯାର ସମ୍ମୁଖିନ ହେଉଛନ୍ତି ଲୋକେ । ଏପଟେ ରାଜ୍ଯ ସରକାର ଅନଲାଇନ ଶିକ୍ଷା ଦେବା ବ୍ଯବସ୍ଥା କରିଛନ୍ତି । ନେଟୱର୍କ ଆସୁନଥିବା ବେଳେ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ କିପରି ପଢ଼ିବେ ପାଠ ?

ଏଭଳି ସମସ୍ଯା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକରେ । ଦୁଃଖର କାରଣ ଏହା ଯେ ଅନେକ ଥର ଅନେକ ଜିଲ୍ଲାପାଳଙ୍କ ସ୍ଥାନାନ୍ତରଣ ଏବଂ ଅନେକ ପ୍ରତିନିଧି ପୁଣି ଅନେକ ବିଧାୟକ ନିର୍ବାଚିତ ହେଉଥିବା ସ୍ଥଳେ ମଧ୍ଯ ଦିର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ବ ହେବ ନୂଆଗଡ଼ ବ୍ଳକର ଏହି ମୋବାଇଲ ନେଟୱର୍କର ସମସ୍ଯାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ କିଅବା ରାଜ୍ଯ ସରକାରଙ୍କ ଦ୍ବାରା କୌଣସି ପଦକ୍ଷେପ ନିଆଯାଉ ନାହିଁ ।

ବ୍ଳକରେ ନାହିଁ ନେଟୱର୍କ । ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ପଢ଼ି ପାରୁନାହାନ୍ତି ପାଠ । ନେଟୱର୍କର ସମସ୍ଯା ଯୋଗୁଁ ବାଧ୍ଯ ହୋଇ ୨ ରୁ ୩ କିଲୋମିଟର ପାହାଡ ଚଢି ନେଟୱର୍କ ଅନୁସନ୍ଧାନ କରି ଅନଲାଇନରେ ପାଠ ପଢୁଛନ୍ତି ପିଲେ । ନେଟୱର୍କର ଅନୁସନ୍ଧାନ ପରେ ଯେଉଁଠି ନେଟୱର୍କ ଆସୁଛି, ସେଇଠି ଏକାଠି ହୋଇ ବିଭିନ୍ନ ଶ୍ରେଣୀର ପିଲା ଗୋଟିଏ ମୋବାଇଲରେ ପଢୁଛନ୍ତି । ଅନଲାଇନ ପାଠପଢା ପାଇଁ ସବୁଦିନ ପାହାଡ ଚଢି ଛାତ୍ରଛାତ୍ରୀଙ୍କୁ କେତେ ଯେ କସରତ କରିବାକୁ ପଡୁଛି ତାହା ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନାହିଁ । ପାହାଡରେ କେତେ ଯେ ସୁରକ୍ଷିତ ସେମାନେ ଏହାକୁ ନେଇ ଅଭିଭାବକ ମାନେ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି । ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ ଫୋନ ନଥିବା ହେତୁ ଗୋଟିଏ ମୋବାଇଲରେ ୩ ରୁ ୪ ଜଣ ଏକାଠି ବସି ପଢୁଛନ୍ତି । କିନ୍ତୁ ଗୋଟିଏ ଶ୍ରେଣୀର ଅନଲାଇନ କ୍ଲାସ ବେଳେ ବାକି ଶ୍ରେଣୀର ପିଲା ପଢି ପାରୁନଥିବାରୁ ଫଳପ୍ରଦ ହୋଇପାରୁନି ବ୍ଯବସ୍ଥା । ଆଉ ଯାହାର ମୋବାଇଲ କିଣିବାକୁ ସମ୍ବଳ ନାହିଁ ସେ ଘରେ ରହି ପଢୁଛି । କରେନା ପାଇଁ ସ୍କୁଲ ଖୋଲୁ ନଥିବାରୁ ରାଜ୍ଯ ସରକାର ଅନଲାଇନ ଶିକ୍ଷା ଦେବା ବ୍ଯବସ୍ଥା କଲେ । ମାତ୍ର ନେଟୱର୍କ ଆସୁନଥିବାରୁ ଡିଜିଟାଲ ପାଠପଢା ଏବେ ମୁଣ୍ଡବ୍ଯଥା ପାଲଟିଛି ।

ଏପଟେ ଅନଲାଇନ ପାଠପଢାକୁ ନେଇ ଖୁସି ନାହାଁନ୍ତି ଅଭିଭାବକମାନେ । ଅନ୍ଯପଟେ ନେଟୱର୍କ ଆସୁନଥିବା ଯୋଗୁଁ ୧୦୮ ଆମ୍ବୁଲାନ୍ସକୁ ମଧ୍ଯ ଯୋଗାଯୋଗ ହୋଇ ପାରୁନି । ଏନେଇ ଅଭିଯୋଗ କରିଛନ୍ତି ଲୋକେ । ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ଯ ରାଜ୍ଯ ସରକାରଙ୍କ ଦ୍ରୁଷ୍ଟି ଆଢୁଆଳରେ ରହିଛି ଏହି ନୂଆଗଡ଼ ବ୍ଳକ ।

ଏନେଇ ରାଜ୍ଯ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ନେଟୱର୍କ ସମସ୍ଯାର ସମାଧାନ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ଲୋକେ ।

Related Articles

Leave a Reply

Your email address will not be published. Required fields are marked *

Back to top button