News & ArticleSocial Work

Serving all People to Save all the needy People Global Indian Faith Tabernacle School and Ministries always ready to support deserve people

ଗ୍ଲୋବାଲ ଇଣ୍ଡିଆନ ଫେଇଥ ଟ୍ୟାବର୍ନେକାଲ୍ ତରଫରୁ ବିଧବା ଏବଂ ଅସହାୟ ଶହେ ଜଣରୁ ଉର୍ଦ୍ଧ୍ବ ମହିଳାଙ୍କୁ ରାସନ ସାମଗ୍ରୀ, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଛି । ଏହି ସଂସ୍ଥାର ମୁଖ୍ୟ ଶ୍ରୀ ଆମୋଦ କୁମାର ବର୍ଦ୍ଧନ କହିଛନ୍ତି ବର୍ତ୍ତମାନ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଗଜପତି ଜିଲ୍ଲାରେ କାୟା ବିସ୍ତାର କରିଚାଲିଛି । ପୂର୍ବ ବର୍ଷ ତଥା କରୋନାର ପ୍ରଥମ ଲହରୀ ଯୋଗୁଁ ଲକଡାଉନ୍ ଓ ସଟଡାଉନ୍ କଟକଣା ଲାଗୁ ପରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିଲା । ଏହାପରେ ପୁଣି ଦ୍ୱିତୀୟ ଲହରୀ କରୋନାର ପ୍ରକୋପରେ ବହୁ ଜନଜୀବନ ଚାଲିଯିବା ସହ ଗରିବମାନେ ଆହୁରି ଅଧିକା ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ବିଭିନ୍ନ କଟକଣା ଯୋଗୁଁ ଏମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି ପରିସ୍ଥିତିକୁ ଦେଖି ଗରିବ ବିଧବା ଏବଂ ଅସହାୟ ପରିବାରଙ୍କୁ “ଗ୍ଲୋବାଲ ଇଣ୍ଡିଆନ ଫେଇଥ ଟ୍ୟାବର୍ନେକାଲ୍” ସ୍କୁଲର ନିର୍ଦ୍ଦେଶକ ଆଚାର୍ଯ୍ଯ ଆମୋଦ କୁମାର ବର୍ଦ୍ଧନ ଏହି ଅସହାୟ ଏବଂ ଗରିବମାନଙ୍କୁ ରାସନ ସାମଗ୍ରୀ ସହିତ ଔଷଧ, ଖାଇବା ତେଲ, ଏନ୍‌୯୫ ମାସ୍କ, ସାନିଟାଇଜର, ଆଦି ୧ଶହରୁ ଉର୍ଦ୍ଧ୍ବ ମହିଳାମାନଙ୍କୁ ବଣ୍ଟନ କରିଥିଲେ । ଏନେଇ ଶ୍ରୀ ବର୍ଦ୍ଧନ କହିଛନ୍ତି ଯେ, ଜିଲ୍ଲାରେ ଥିବା ଗରିବ ବିଧବା ଏବଂ ଅସହାୟ ପରିବାରଙ୍କୁ ଭିନ୍ନ ଭିନ୍ନ ଭାବେ ବିଭିନ୍ନ ସମୟରେ ସେମାନଙ୍କର ସମସ୍ୟାକୁ ଦେଖି ସାହାଯ୍ୟ ଜାରି ରହିଥିବ ।

Related Articles

Leave a Reply

Your email address will not be published. Required fields are marked *

Back to top button