Young Social worker died in Dengue Fever

ଯୁବ ସମାଜ ସେବୀଙ୍କ ଡେଙ୍ଗୁ ଜ୍ଵରରେ ଅକାଳ ମୃତ୍ୟୁ ||
Young social worker died in Dengue || #globaltvlive24×7 #gajapatinews
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ପଞ୍ଚାୟତର ମାର୍ଲବା ଗ୍ରାମର ଏକ ଯୁବ ସମାଜ ସେବୀ ଡେଙ୍ଗୁ ଜ୍ଵରରେ ପୀଡିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଅଚାନକ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଅଜୟ ସିଂ । ସେ ଗୋଆର ଦକ୍ଷିଣ ଅଞ୍ଚଳର ଭାସ୍କୋ ସହରରରେ El Shaddai ନାମକ ଏକ NGO ରେ କାର୍ଯ୍ୟରତ ଥିଲେ । ହଠାତ ତାଙ୍କର ଦେହ ଖରାପ ହେବାରୁ ସେ ନିଜେ ଏକ ପ୍ରାଇଭେଟ ହସ୍ପିଟାଲକୁ ଯାଇଥିଲେ ଏବଂ ସେ ସେଠାରେ ନିଜର ବ୍ଲଡ ଟେଷ୍ଟ କରାଇଥିଲେ । ତହିଁ ଆରଦିନ ଡେଙ୍ଗୁ ଜ୍ୱର ହୋଇଥିବା ରିପୋର୍ଟରୁ ଜଣା ପଡିଥିଲା । ପ୍ରାଇଭେଟ ହସ୍ପିଟାଲରୁ ତାଙ୍କୁ ତୁରନ୍ତ GMC ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେ ସେଠାରେ ଚିକିତ୍ସିତ ହେଉଥିଲେ । ସେ ପ୍ରାୟ ସୁସ୍ଥ ହୋଇ ନିଜ ପରିବାର ଲୋକଙ୍କ ସହ ଫୋନ ଯୋଗେ କଥା ବାର୍ତ୍ତା କରିଥିଲେ । ତାଙ୍କ ସାଙ୍ଗ ଦୁହେଁ ଉକ୍ତ ଚିକିତ୍ସାଳୟରେ ପୀଡିତଙ୍କ ସହ ଉପସ୍ଥିତ ଥିଲେ । ପୀଡିତ ଜଣକ washroom ଯିବା ନିମନ୍ତେ ତାଙ୍କ ସାଙ୍ଗମାନଙ୍କୁ କହି ସେ washroom ଯାଇ ଆସିଥିଲେ ପୁଣି ନିଜ ଶଯ୍ୟାରେ କିଛି ସମୟ ବସି ନିଜ ସାଙ୍ଗମାନଙ୍କ ସହ କଥା ବାର୍ତ୍ତା କରୁଥିବା ବେଳେ ହାଠାଥ ବାନ୍ତି କରିବା ଆରମ୍ଭ କଲେ ପୁଣି ବାନ୍ତି କରିବା ସମୟରେ ଅଚାନକ ତାଙ୍କର ପ୍ରାଣବାୟୁ ଚାଲିଗଲା ଏବଂ ସେ ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହେଲେ । ୧୯୯୧ ମସିହା ମେ ମାସ ୩ ତାରିଖରେ ତାଙ୍କର ଜନ୍ମ ପୁଣି ୧ ସେପ୍ଟେମ୍ବର ୨୦୨୧ ରେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।